ଚନ୍ଦଲିରୁ ବଜ୍ରକାପ୍ତା ଉଦ୍ଧାର

Advertisment
ଚନ୍ଦଲିରୁ ବଜ୍ରକାପ୍ତା ଉଦ୍ଧାର

ଏସ୍‌. ରାମପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ଟାଙ୍ଗରକର୍ଲେ ପଞ୍ଚାୟତ ଚନ୍ଦଲି ନିବାସୀ ଯୋଗୀନ୍ଦ୍ର ଭୋଇଙ୍କ ଘରୁ ବିନିକା ବନ ବିଭାଗ ଏକ ବଜ୍ରକାପ୍ତା ଉଦ୍ଧାର କରିଛି। ଯୋଗୀନ୍ଦ୍ର ତାଙ୍କ ଘର ପାଖରେ ଏକ ବଜ୍ରକାପ୍ତା ବୁଲୁଥିବା ଦେଖି ତାକୁ ଧରି ନିଜ ଘରେ ରଖିଥିଲେ। ଏ ସଂପର୍କରେ ବିନିକା ବନ ବିଭାଗକୁ ସୂଚନା ଦେଇଥିଲେ। ବନ ବିଭାଗ ରେଞ୍ଜର ଅଭିନାଶ ବରିହାଙ୍କ ନେତୃତ୍ବରେ ବିନିକା ଫରେଷ୍ଟର ଓ ସହଯୋଗୀ ଯୋଗୀନ୍ଦ୍ରଙ୍କ ଘରୁ ଉକ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ।

ବଜ୍ରକାପ୍ତାର ସ୍ବାସ୍ଥ୍ୟ ପରୀକ୍ଷା ପରେ ତାକୁ ଜଙ୍ଗଲରେ ଛାଡ଼ିଦିଆଯାଇଛି। ବଜ୍ରକାପ୍ତାର ଲମ୍ବ ପାଖାପାଖି ୧ ମିଟର ଓ ଓଜନ ୧୨ କଲୋ ଥିବା ସୂଚନା ମିଳିଛି। ନିକଟ ପୂଜା ଡୁଙ୍ଗୁରି ଅଞ୍ଚଳରୁ ବଜ୍ରକାପ୍ତାଟି ଚାଲିଆସିଥିବା ଅନୁମାନ କରୁଛନ୍ତି ଗାଁ ଲୋକେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe