୨ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଦୁଇ ଗିରଫ

୨ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଦୁଇ ଗିରଫ

ସୋନପୁର/ଲଛିପୁର : ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର-ସୋନପୁର ରାସ୍ତାର ଖେମୁଣ୍ଡିଆମୁଣ୍ଡା ବ୍ରିଜ ନିକଟରେ ଦୁଇଟି ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ଏସ୍‌ଟିଏଫ୍ ଦୁଇ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତମାନେ ହେଲେ ଲଛିପୁର ଥାନା ଝାଙ୍କରପାଲି ଗ୍ରାମର ନବଦୀପ ଧାରୁଆ (୨୯) ଏବଂ ବେଦବ୍ୟାସ ଧାରୁଆ (୪୧)।

ସେମାନଙ୍କଠାରୁ ଗୋଟିଏ ୭ କେଜି ଏବଂ ଗୋଟିଏ ୩ କେଜି ଓଜନର ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି ଏସ୍‌ଟିଏଫ୍। ଏହାପରେ ଜବତ ବଜ୍ରକାପ୍ତା ଓ ଅଭିଯୁକ୍ତମାନଙ୍କୁ ସୋନପୁର ବନବିଭାଗକୁ ହସ୍ତାନ୍ତର କରାଯାଇଥିଲା। ବନ ବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତ ନବଦୀପ ଏବଂ ବେଦବ୍ୟାସକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe