ଏସ୍‌ଟିଏଫ୍ ପଞ୍ଝାରେ ବଜ୍ରକାପ୍ତା ବ୍ୟବସାୟୀ

ଏସ୍‌ଟିଏଫ୍ ପଞ୍ଝାରେ ବଜ୍ରକାପ୍ତା ବ୍ୟବସାୟୀ

ଦଶପଲ୍ଲା : ଗତକାଲି ରାତିରେ ଏସ୍‌ଟିଏଫ୍ ଓ ଦଶପଲ୍ଲା ବନବିଭାଗ ଏକ ବଜ୍ରକାପ୍ତା ଜବତ କରିବା ସହ ଏହାର ମାଷ୍ଟର୍‌ମାଇଣ୍ତକୁ ଉଠାଇ ଆଣିଛି। ପରେ ତଦନ୍ତ ପାଇଁ ଏକାଧିକ ଟିମ୍ ଗଠନ କରାଯିବା ସହିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଫଳରେ, ଅନେକ ବ୍ୟକ୍ତି ଏବେ ଧରା ପଡ଼ିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

ଦଶପଲ୍ଲା ବନାଞ୍ଚଳ ସମେତ ବନ୍ୟପ୍ରାଣୀ ବିଭାଗ ଅଞ୍ଚଳରେ ଶିକାରୀଙ୍କ ପ୍ରାଦୁର୍ଭାବ ଦିନକୁଦିନ ବଢ଼ିଚାଲିଛି। ଦଶପଲ୍ଲା ବନବିଭାଗ (ଟେରିଟୋରିଆଲ୍) ଏବଂ ମହାନଦୀ ବନ୍ୟପ୍ରାଣୀ ବିଭାଗର ବାଣିଗୋଛା (ପୂର୍ବ) ଏବଂ (ପଶ୍ଚିମ) ବନାଞ୍ଚଳକୁ ବାଇଶିପଲ୍ଲୀ ଅଭୟାରଣ୍ୟ ସମେତ ଗଞ୍ଜାମର ଘୁମୁସର, ବୌଦ୍ଧ ଏବଂ କନ୍ଧମାଳର ସଂରକ୍ଷିତ ଜଙ୍ଗଲ ସଂଲଗ୍ନ ହୋଇରହିଛି। ଶିକାରୀମାନେ ଏହାରି ମଧ୍ୟରେ ନିଜର ଆଧିପତ୍ୟ ବିସ୍ତାର କରି ଚାଲିଛନ୍ତି। ଏସବୁ ବନାଞ୍ଚଳରୁ କେତେବେଳେ ହାତୀ ଦାନ୍ତ ତ ପୁଣି କେତେବେଳେ ବାଘ ଛାଲ ଓ ହରିଣ ଚମଡ଼ା ଜବତ ହେଉଥିବା ବେଳେ ଏବେ ଏସ୍‌ଟିଏଫ୍ ଏବଂ ବନବିଭାଗ ପଞ୍ଝାରେ ବଜ୍ରକାପ୍ତା ବ୍ୟବସାୟୀ ପଡ଼ିଛନ୍ତି। ଏସ୍‌ଟିଏଫ୍ ସମେତ ବନ କର୍ମଚାରୀମାନେ ଏହାର ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe