ଗୋ-ଚାଲାଣ ବେଳେ ଧରିଲା ବଜରଙ୍ଗ ଦଳ

Advertisment
୧୩ ଗାଡ଼ି ଜବତ, ୩୫ ଗୋରୁ ଉଦ୍ଧାର

Representative image

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଟିଠିପାଲି ଗ୍ରାମ ଦେଇ ଗୋରୁ ଚାଲାଣ ବେଳେ ବଜରଙ୍ଗ ଦଳ ପହଞ୍ଚି ଗୋରୁମାନଙ୍କୁ ଉଦ୍ଧାର କରିଛି। ଏହାକୁ ନେଇ ଗ‌ୋଚାଲାଣକାରୀ ଓ ବଜରଙ୍ଗ ଦଳ କର୍ମୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।

ସୂଚନା ଅନୁସାରେ, ଗୁରୁବାର ରାତିରେ ବୀରମହାରାଜପୁର ଥାନା ଅନ୍ତର୍ଗତ ଟିଠିପାଲି ଗ୍ରାମ ଦେଇ ଗୋରୁମାନଙ୍କୁ ମହାନଦୀ ପାର କରୁଥିବା ଖବର ପାଇ ବଜରଙ୍ଗ ଦଳ କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଗାଈମାନଙ୍କୁ ଉଦ୍ଧାର କରିବା ସହ ଗୋ-ଚାଲାଣ କରୁଥିବା ଦଲାଲଙ୍କୁ ଅଟକ ରଖିଥିଲେ। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିଲା। ଗୋ- ଚାଲାଣକାରୀମାନେ ଲଢ଼େଇ ପାଇଁ ଧମକ ଦେଉଥିବା ଭିଡିଓ ଆଜି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଅଞ୍ଚଳ‌ରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

ତେବେ ଏହି ଘଟଣାକୁ ନେଇ ବଜରଙ୍ଗ ଦଳ ପକ୍ଷରୁ ବୀରମହାରାଜପୁର ଥାନାରେ ଅଭିଯୋଗ ହୋଇଛି। ବୀରମହାରାଜପୁର ଅଞ୍ଚଳରେ ନିୟମିତ ଭାବେ ଗୋ-ଚାଲାଣ ହେଉଥିବା ବେଳେ ପୁଲିସ ନିରବ ରହୁଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବୀରମହାରାଜପୁର ଭାରପ୍ରାପ୍ତ ଥାନା ଅଧିକାରୀ ସୁଦର୍ଶନ ଦେହୁରୀ କହିଛନ୍ତି, ବେଆଇନ ଗୋରୁ ଚାଲାଣ ଆଇନ ବଳରେ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe