ଭୁବନେଶ୍ବର : ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାର ବଳଦେବଜୀଉଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ମନ୍ଦିର ଓ ପାରିପାର୍ଶ୍ବିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ। ଆଜି ମନ୍ଦିରର ବିଭିନ୍ନ ନିଯୋଗର ସେବାୟତ ପ୍ରତିନିଧି ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେବା ସହ ଆସନ୍ତା ରଥଯାତ୍ରା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସେବାୟତଙ୍କ ପରିବାର ନିମନ୍ତେ ସ୍ବାସ୍ଥ୍ୟ ବୀମା, ବୟସ୍କ ସେବାୟତଙ୍କୁ ପେନ୍ସନ୍ ଓ ପକ୍କା ଘର ନ ଥିବା ସେବାୟତଙ୍କୁ ବିଜୁ ପକ୍କା ଘର ଯୋଜନାରେ ଘର ଯୋଗାଇ ଦେବାକୁ ସେବାୟତମାନେ ଦାବି କରିଥିଲେ। ପ୍ରତିନିଧି ଦଳରେ ସେବକ ଟ୍ରଷ୍ଟି ବଳରାମ ସୁଆ, ରବୀନ୍ଦ୍ର ନାଥ ପତ୍ରୀ, ରାମହରି ସୁଆର, ବଳରାମ ପତ୍ରୀ, ନିରଞ୍ଜନ କର, ଦାମୋଦର ପତ୍ରୀ, ସୋମନାଥ ପତ୍ରୀ, ନାରାୟଣ ସୁଆର, ରଞ୍ଜନ ସୁଆର, ମୃତ୍ୟୁଞ୍ଜୟ ସୁଆର, ବାବାଜୀ ଚରଣ ପତ୍ରୀ, ଅନାଦି ଚରଣ ପତ୍ରୀ, ହେମନ୍ତ ପତ୍ରୀ, ମନ୍ମଥ କୁମାର ପତ୍ରୀ, ପରୀକ୍ଷିତ କର ଓ ଆଶିଷ ସୁଆର ପ୍ରମୁଖ ସାମିଲ ହୋଇଥିଲେ। କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷର ବେହେରା, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, କାଳୀପ୍ରସାଦ ମିଶ୍ର, ଦୁର୍ଗା ପ୍ରସାଦ ପତି, ରଞ୍ଜନ କୁମାର ପୃଷ୍ଟି ଓ ଯଯାତି କେଶରୀ ମହାନ୍ତି ପ୍ରମୁଖ ସାକ୍ଷାତ ସମୟରେ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଳଦେବଜୀଉ ମନ୍ଦିର ସେବାୟତ
Advertisment
Follow Us