ବଳଦେବଜୀଉଙ୍କ ଜନ୍ମୋତ୍ସବ ୧୧ରେ

Advertisment
ବଳଦେବଜୀଉଙ୍କ ଜନ୍ମୋତ୍ସବ ୧୧ରେ

Bharat Temples

ଭୁବନେଶ୍ବର : କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ପରିଷଦ ପକ୍ଷରୁ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ ଜନ୍ମୋତ୍ସବ ଆସନ୍ତା ୧୧ ତାରିଖ ଗୁରୁବାର ଦିନ ପାଳନ କରାଯିବ। ଏହି ଅବସରରେ ଜୟଦେବ ଭବନରେ ପୂର୍ବାହ୍ନ ୧୦ଟାରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପରିଷଦ ପକ୍ଷରୁ ଏକ ବନ୍ଧୁମିଳନ ଆୟୋଜନ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ବହୁସଂଖ୍ୟାରେ ଯୋଗ ଦେବାକୁ ପରିଷଦର ଅଧ୍ୟକ୍ଷ ଡାକ୍ତର ମଧୁସୂଦନ ମିଶ୍ର, ଉପାଧ୍ୟକ୍ଷ ଅମ୍ବିକା ପ୍ରସାଦ ଦାସ, ଆବାହକ ଡ. ଅମୀୟ ମହାନ୍ତି ଓ ସମ୍ପାଦକ ଚୌଧୁରୀ ଅମିତାଭ ଦାସ ନିବେଦନ କରିଛନ୍ତି। ଉତ୍ସବକୁ ସଫଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବାହାରେ ରହୁଥିବା ଜିଲ୍ଲାର ଅଧିବାସୀଙ୍କ ମଧ୍ୟରେ ଭାଇଚାରା ପ୍ରତିଷ୍ଠା ସହ ଜିଲ୍ଲାର ବିକାଶ କ୍ଷେତ୍ରରେ ଏହା ଏକ ବୌଦ୍ଧିକ ମଞ୍ଚ ଭାବେ କାର୍ଯ୍ୟ କରିବା ପାଇଁ ପରିଷଦ ତା’ର ଆଭିମୁଖ୍ୟ ଗ୍ରହଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe