ଆଖିବୁଜିଲେ ବଳଙ୍ଗା ପୀଡ଼ିତା: ୬ଟା ୨୨ରେ ପ୍ରାଣବାୟୁ ଉଡ଼ିଗଲା

Advertisment

ଶେଷରେ ଆଖି ବୁଜିଛନ୍ତି ବଳଙ୍ଗା ପୀଡ଼ିତା। ଦିଲ୍ଲୀ ଏମ୍‌ସରେ ଆଜି ସନ୍ଧ୍ୟା ୬ଟା ୨୨ରେ ତାଙ୍କର ପରଲୋକ ଘଟିଛି। ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନାହିଁ। ଆସନ୍ତାକାଲି ତାଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ଓଡ଼ିଶା ଆସିବ।

ଶେଷରେ ଆଖି ବୁଜିଛନ୍ତି ବଳଙ୍ଗା ପୀଡ଼ିତା। ଦିଲ୍ଲୀ ଏମ୍‌ସରେ ଆଜି ସନ୍ଧ୍ୟା ୬ଟା ୨୨ରେ ତାଙ୍କର ପରଲୋକ ଘଟିଛି। ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନାହିଁ। ଆସନ୍ତାକାଲି ତାଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ଓଡ଼ିଶା ଆସିବ।

fire burn

ପୁରୀ: ଶେଷରେ ଆଖି ବୁଜିଛନ୍ତି ବଳଙ୍ଗା ପୀଡ଼ିତା। ଦିଲ୍ଲୀ ଏମ୍‌ସରେ ଆଜି ସନ୍ଧ୍ୟା ୬ଟା ୨୨ରେ ତାଙ୍କର ପରଲୋକ ଘଟିଛି। ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନାହିଁ। ଆସନ୍ତାକାଲି ତାଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ଓଡ଼ିଶା ଆସିବ। ଖବର ପ୍ରକାଶ ପାଇବା ପରେ ପୀଡ଼ିତାଙ୍କ ଘର ସାମନାରେ ପୁଲିସ ମୁତୟନ କରାଯାଇଛି। କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବଳଙ୍ଗା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ମୁତାବକ ପୀଡ଼ିତାଙ୍କୁ ୩ ଦିନ ତଳେ ଆଇସିୟୁରୁ ୱାର୍ଡକୁ ଅଣାଯାଇଥିଲା। ଗୋଟିଏ ଥର ସ୍କ୍ରିନ୍ ଗ୍ରାଫ୍ଟିଂ ହୋଇଥିଲା। ଆହୁରି ୩ରୁ ୪ଥର ଏଭଳି ଗ୍ରାଫ୍ଟିଂ ହେବାକୁ ଥିଲା। କିନ୍ତୁ ତାଙ୍କର ଜ୍ବର ଛାଡ଼ୁ ନଥିଲା। ଲଗାତାର ଦେହରୁ ଲସା ବୋହିବା ଜାରି ରହିଥିଲା। ସ୍ଥିତି ଗୁରୁତର ହେବାରୁ ତାଙ୍କୁ ଆଜି ପୁଣି ଥରେ ଭେଣ୍ଟିଲେଟରକୁ ନିଆଯାଇଥିଲା। ସନ୍ଧ୍ୟା ୫ଟା ୧୫ ମିନିଟ୍‌ରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନ୍ନତି ଘଟିଥିଲା। ସମସ୍ତ ଉଦ୍ୟମ ସତ୍ତ୍ବେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇ ନଥିଲା। 

ଅନ୍ୟପଟେ ଓଡ଼ିଶା ପୁଲିସ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଦେଇଥିବା ସୂଚନାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ଯେ ବଳଙ୍ଗା ଘଟଣାରେ ପୀଡ଼ିତାଙ୍କ ମୃତ୍ୟୁ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ। ଏହି ଘଟଣାରେ ପୁଲିସ ପକ୍ଷରୁ ନିଷ୍ଠାର ସହ ତଦନ୍ତ କରାଯାଇଛି। ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁଯାୟୀ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି। ଏଣୁ ସମସ୍ତଙ୍କୁ ଅନୁରୋଧ,ଏହି ଦୁଃଖଦ ମୁହୂର୍ତ୍ତରେ ଏ ସମ୍ବନ୍ଧୀୟ କୌଣସି ସମ୍ବେଦନଶୀଳ ମନ୍ତବ୍ୟ ଦିଅନ୍ତୁ ନାହିଁ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ନାବାଳିକା ପୋଡ଼ି ଘଟଣାରେ କାହାର ସମ୍ପୃକ୍ତି ନାହିଁ। ଯେଉଁ ତିନିଜଣ ଅଭିଯୁକ୍ତଙ୍କ କଥା କୁହାଯାଉଥିଲା ତାହା ମିଛ। ତେବେ ଅଭିଯୁକ୍ତ କିଏ? ପୀଡ଼ିତା କ’ଣ ଆତ୍ମହତ୍ୟା  ଉଦ୍ୟମ କରିଥିଲେ, ନା କେହି ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା? ତଦନ୍ତର ଶେଷ ପର୍ଯ୍ୟାୟରେ ଏହି ସବୁ ଲୋକଙ୍କୁ ପୁଲିସ ଖୋଜିବ ବୋଲି କୁହାଯାଉଛି।  

ଥରେ ସ୍କିନ୍ ଗ୍ରାଫ୍ଟିଂ ହୋଇଥିଲା, ଜ୍ବର ଛାଡ଼ୁ ନଥିଲା, ୬ଟା ୨୨ରେ ପ୍ରାଣବାୟୁ ଉଡ଼ିଗଲା

ପୀଡ଼ିତାଙ୍କ ଘର ଆଗରେ କଡ଼ା ସୁରକ୍ଷା
ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ସମ୍ବେଦନଶୀଳ ମନ୍ତବ୍ୟ ଦିଅନ୍ତୁନି: ପୁଲିସ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୀଡ଼ିତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଟ୍ବିଟ୍‌ କରି ସେ କହିଛନ୍ତି, ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଖବର ତାଙ୍କୁ ମର୍ମାହତ କରିଛି। ସରକାରଙ୍କ ସମସ୍ତ ପ୍ରୟାସ ଓ ଦିଲ୍ଲୀ ଏମ୍‌ସରେ ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଅହୋରାତ୍ର ଉଦ୍ୟମ ସତ୍ତ୍ୱେ ତାଙ୍କ ଜୀବନ ରକ୍ଷା କରାଯାଇ ପାରିଲା ନାହିଁ। ପୀଡ଼ିତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଏହି ଅପୂରଣୀୟ କ୍ଷତିକୁ ସହିବା ପାଇଁ ତାଙ୍କ ପରିବାରକୁ ଅସୀମ ଶକ୍ତି ମିଳୁ ବୋଲି ସେ ପ୍ରାର୍ଥନା କରିଛନ୍ତି। ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଳଙ୍ଗା ପୀଡ଼ିତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଏ ଦୁଃଖଦ ପରିସ୍ଥିତିରେ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଡାକ୍ତରୀ ଦଳ ଓ ସରକାରଙ୍କ ସମସ୍ତପ୍ରକାର ଚେଷ୍ଟା ସତ୍ତ୍ୱେ ବଞ୍ଚାଇ ପାରି ନଥିବାରୁ ସେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଦୁଃଖପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ବଳଙ୍ଗା ବାୟାବରର ନାବାଳିକାଙ୍କୁ ଜୁଲାଇ ୧୯ ତାରିଖ ସକାଳେ ନଈପଠାରେ ପୋଡ଼ି ହତ୍ୟା ଉଦ୍ୟମ କରାଯାଇଥିଲା। ଜଳୁଥିବା ଅବସ୍ଥାରେ ନାବାଳିକା ଦୌଡ଼ି ଦୌଡ଼ି ପାଖରେ ଥିବା ଦୁଃଖୀଶ୍ୟାମଙ୍କ ଘରେ ପହଞ୍ଚିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ଶରୀର ୭୫% ପୋଡ଼ି ଯାଇଥିବାରୁ ଜୁଲାଇ ୨୨ ତାରିଖରେ ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତିନିଥର ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ବୟାନ ବଦଳୁଥିବାରୁ ପୀଡ଼ିତାଙ୍କର ‘ଲାଏ ଡିକ୍ଟେକ୍‌ସନ ଟେଷ୍ଟ’ ବା ମିଛଧରା ପରୀକ୍ଷା କରିବାକୁ ଯୋଜନା କରିଥିଲା ପୁଲିସ। 

ଝିଅର ମୃତ୍ୟୁକୁ ନେଇ ରାଜନୀତି କରନ୍ତୁନି: ପୀଡ଼ିତାଙ୍କ ବାପା

ଭୁବନେଶ୍ବର: ମୋ ଝିଅକୁ ନେଇ ରାଜନୀତି କରନ୍ତୁନି। ମାନସିକ ଚିନ୍ତା ପାଇଁ ଝିଅର ଜୀବନ ଯାଇଛି ବୋଲି ଏକ ଭିଡିଓ ବାର୍ତ୍ତା ଜାରି କରି ବୟାନ ଦେଇଛନ୍ତି ବଳଙ୍ଗା ପୀଡ଼ିତାଙ୍କ ବାପା। ତାଙ୍କର ଏଭଳି ବୟାନ ପୀଡ଼ିତାଙ୍କୁ ବିଭିନ୍ନ ମହଲରେ ଉଠୁଥିବା ଚର୍ଚ୍ଚାର ମୋଡ଼ ବଦଳାଇ ଦେଇଛି। ସେ କହିଛନ୍ତି ଯେ ମୋ ପାଖରେ ଆଉ ମୋର ଝିଅ ନାହିଁ। ଏଥିପାଇଁ ସରକାର ଯାହା ସହଯୋଗ କରିବା କଥା ସବୁ କରିଛନ୍ତି। ତେଣୁ ଆଉ ରାଜନୀତି ନ କରି ମୋ ଝିଅର ଆତ୍ମା କିଭଳି ଶାନ୍ତି ପାଇବ ସେଥିପାଇଁ ପ୍ରାର୍ଥନା କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe