କରୋନା ଯୁଦ୍ଧ ଜିଣିଲେ ବୁଢ଼ାବୁଢ଼ୀ ଓ କ୍ୟାନସର ପୀଡ଼ିତଙ୍କ ପରିବାର

କରୋନା ଯୁଦ୍ଧ ଜିଣିଲେ ବୁଢ଼ାବୁଢ଼ୀ ଓ କ୍ୟାନସର ପୀଡ଼ିତଙ୍କ ପରିବାର

ସଜାଗ ରହିବାକୁ ଓ ସାମାଜିକ ଦୂରତା ପାଇଁ ପରାମର୍ଶ
ଟ୍ବିଟର୍‌ରେ ଭିଡିଓ ସେଆର କରି ପ୍ରଶଂସା କଲେ ଜିଲ୍ଲାପାଳ

ବଲାଙ୍ଗୀର : ବଲାଙ୍ଗୀର ସହରରେ କରୋନା ଆତଙ୍କ ଖେଳାଇଛି। ଏମାନଙ୍କ ଭିତରେ ୮୦ ବର୍ଷ ବୟସର ବୁଢ଼ାବୁଢ଼ୀ ଓ କ୍ୟାନ୍‌ସର ରୋଗୀଙ୍କ ପୂରା ପରିବାର ସଦସ୍ୟ ବି ଥିଲେ। ଏବେ ସେମାନଙ୍କ ଭିତରୁ ଅନେକ କରୋନା ଯୁଦ୍ଧରେ ଜିଣି ଘରକୁ ଫେରିଛନ୍ତି। ସେମାନଙ୍କ ଭିତରୁ କେତେ ଜଣଙ୍କ ଭିଡିଓ ଟ୍ୱିଟରରେ ସେୟାର କରିଛନ୍ତି ବଲାଙ୍ଗୀର ଜିଲ୍ଲାପାଳ। ସମସ୍ତଙ୍କ ମୁହଁରେ ଗୋଟିଏ କଥା। ସଚେତନ ରୁହ, ସଜାଗ ରୁହ ଓ ସାମାଜିକ ଦୂରତା ବଜାୟ ରଖ।

publive-image

ବଲାଙ୍ଗୀର ହାତୀଶାଳପଡ଼ାର ୮୦ ବର୍ଷର ବୃଦ୍ଧ ହେରମ୍ବ ଘୋଷ ବି କରୋନା ଯୁଦ୍ଧରେ ବିଜୟୀ ହୋଇଛନ୍ତି। ଏଥିପାଇଁ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସବୁ ପଦକ୍ଷେପ ଠିକ୍‌ ଥିଲା ବୋଲି ସେ କହିବା ସହ ସଜାଗ ରହିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ସେହିପରି ୮୦ ବର୍ଷର ବୃଦ୍ଧା ମହିଳା ପାନବୁଡ଼ି ସିଂହ କହିଛନ୍ତି, ଚିକିତ୍ସାରେ ଯାହା ଡାକ୍ତରଙ୍କ ନିର୍ଦ୍ଦେଶ ଥିଲା ସେ ସବୁ ପାଳନ କରିଥିଲେ। ସେହିପରି କ୍ୟାନସର ପୀଡ଼ିତ କିଶୋର ସାହୁ ଓ ତାଙ୍କ ସ୍ତ୍ରୀ, ୩ ଛୁଆପିଲାଙ୍କ କରୋନା ପଜିଟିଭ୍‌ ବାହାରିଥିଲା। ସେମାନେ ବି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏମାନେ ଅନ୍ୟମାନଙ୍କୁ ସତର୍କ ଓ ସଚେତନ ରହିବାକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe