ବଲାଙ୍ଗୀର: ଛିଣ୍ଡୁନି ସାଂସଦ ଅଙ୍କ, ବିଜେଡି ଖେଳିବ କି ମହିଳା କାର୍ଡ?

Advertisment
ବଲାଙ୍ଗୀର: ଛିଣ୍ଡୁନି ସାଂସଦ ଅଙ୍କ, ବିଜେଡି ଖେଳିବ କି ମହିଳା କାର୍ଡ?

ବଲାଙ୍ଗୀର: ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳୀରେ କିଏ ବିଜେଡି ପ୍ରାର୍ଥୀ ହେବ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦଳ ଏଥରକ କଳିକେଶ ନାରାୟଣ ସିଂଦେଓଙ୍କୁ ପ୍ରାର୍ଥୀ କରିବ ନା ମହିଳା କାର୍ଡ ଖେଳିବ? ଏହିଭଳି ପ୍ରଶ୍ନ ଏବେ ନିର୍ବାଚନମଣ୍ଡଳୀ ସାରା ଘୂରିବୁଲୁଛି। ସାଂସଦ ପ୍ରାର୍ଥୀ ଭ‌ାବେ କଳିକେଶଙ୍କ ନଁା ସର୍ବାଗ୍ରେ ରହିବା କଥା। ମାତ୍ର, କିଛିଦିନ ହେବ ସେ ବଲାଙ୍ଗୀର ବିଧାନସଭା ପାଇଁ କସରତ ଚଳାଉଥିବା ‌ଦେଖିବାକୁ ମିଳୁଛି। ପ୍ରତିଟି ପ୍ରସଙ୍ଗକୁ ନେଇ ଗତ ଦୁଇମାସ ହେଲା କଳିକେଶ (ରାଜ ପରିବାର) ବନାମ ନରସିଂହ (ମିଶ୍ର ପରିବାର) ମୁହଁାମୁହିଁ ହେଉଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ବିଜେଡି ମହିଳା କାର୍ଡ ଖେଳିବା ସମ୍ଭାବନାକୁ ବି ଏଡ଼ାଇ ଦିଆଯାଇନପାରେ। ଏହାପଛରେ ବି ବଡ଼ କାରଣ ହେଉଛି, ସାଂସଦ ସଂଗୀତା ସିଂହଦେଓ ପୁଣିଥରେ ଏଠାରୁ ପ୍ରାର୍ଥୀ ହେବାର ଯଥେଷ୍ଟ ରହିଛି। ଏହାକୁ ଦୃଷ୍ଟିରେ ରଖି ବିଜେଡି ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ଏଠାରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହଉଛି। ତେବେ, ଦଳ କାହାରିକୁ ପ୍ରାର୍ଥୀ କରିବ ଏବଂ ଯାହା କିଛି ଆଲୋଚନା ହେଉଛି ତାହା କେବଳ ଚର୍ଚ୍ଚା ନା ସତ, ଆଉ କିଛିଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe