ବଲାଙ୍ଗୀର ଦାଦନ ଦୁଃଖର ଅନ୍ତ ନାହିଁ: ତାମିଲନାଡ଼ୁରେ ୨ଜଣଙ୍କୁ ହତ୍ୟ‌ା!

Advertisment

ଦାଦନ ଖଟିବାକୁ ତାମିଲନାଡ଼ୁ ଯାଇଥିବା ବଲାଙ୍ଗୀରର ୨ଜଣ ଯୁବକଙ୍କୁ ସେଠାରେ ହତ୍ୟା କରି ଫୋପାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଚେନ୍ନାଇ ନିକଟରେ ରେଳଧାରଣାରୁ ବଲଙ୍ଗୀର ସହରର ଦୁଇ ଜଣ ଯୁବକଙ୍କ ଶବ ଉଦ୍ଧାର ହୋଇଛି।

ଦାଦନ ଖଟିବାକୁ ତାମିଲନାଡ଼ୁ ଯାଇଥିବା ବଲାଙ୍ଗୀରର ୨ଜଣ ଯୁବକଙ୍କୁ ସେଠାରେ ହତ୍ୟା କରି ଫୋପାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଚେନ୍ନାଇ ନିକଟରେ ରେଳଧାରଣାରୁ ବଲଙ୍ଗୀର ସହରର ଦୁଇ ଜଣ ଯୁବକଙ୍କ ଶବ ଉଦ୍ଧାର ହୋଇଛି।

sfsfsf

ବଲାଙ୍ଗୀର: ଦାଦନ ଖଟିବାକୁ ତାମିଲନାଡ଼ୁ ଯାଇଥିବା ବଲାଙ୍ଗୀରର ୨ଜଣ ଯୁବକଙ୍କୁ ସେଠାରେ ହତ୍ୟା କରି ଫୋପାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଚେନ୍ନାଇ ନିକଟରେ ରେଳଧାରଣାରୁ ବଲଙ୍ଗୀର ସହରର ଦୁଇ ଜଣ ଯୁବକଙ୍କ ଶବ ଉଦ୍ଧାର ହୋଇଛି। ସେମାନେ ହେଲେ ବଲାଙ୍ଗୀର ଟାଉନ୍ ଥାନା ହାତୀଶାଳପଡ଼ାର ଉମେଶ ପାଣ୍ଡେ (୨୪) ଏବଂ କୁନୁ ବନଛୋର (୨୫)। ପେଟପାଟଣା ପାଇଁ ଗତ ୧ ତାରିଖରେ ଦୁହେଁ ତାମିଲନାଡ଼ୁକୁ ଦାଦନ ଖଟିବାକୁ ଯାଇଥିଲେ। ଶନିବାର ଚେନ୍ନାଇ ନିକଟସ୍ଥ ଏକ ରେଳ ଷ୍ଟେସନ୍‌ ପାଖରେ ଉଭୟଙ୍କ ମୃତଦେହ ପଡ଼ିଥିବା ସେଠାକାର ରେଲୱେ ପୁଲିସ ଫୋନ୍‌ ଯୋଗେ ପରିବାର ଲୋକଙ୍କୁ ଜଣାଇଥିଲା। ଶବ ପାଖରୁ ମିଳିଥିବା ଆଧାରକାର୍ଡ ଓ ଫଟୋରୁ ଉମେଶ, କୁନୁଙ୍କ ପରିଚୟ ଜଣାପଡ଼ିଛି। ପ୍ରାଥମିକ ସୂଚନାରୁ ଉଭୟଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଥିବା ପରିବାର ଅଭିଯୋଗ କରିଛନ୍ତି। ହେଲେ ଶ୍ରମ ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ କିଛି ସୂଚନା ଦିଆଯାଇନାହିଁ। ଶବ ଦୁଇଟିକୁ ବଲାଙ୍ଗୀର ଆଣିବାକୁ ତାମିଲନାଡ଼ୁ ପୁଲିସ ସହ ପ୍ରଶାସନ ଯୋଗାଯୋଗ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe