ଶସ୍ତା ଭେଣ୍ଟିଲେଟର ତିଆରି କରିଥିବା ଟିମ୍‌ରେ ବଲାଙ୍ଗୀରର ଡାକ୍ତର, ଆଇଆଇଟି ରୁର୍‌କି ଓ ଏମ୍‌ସ ଋଷିକେଶ ଟିମ୍‌ରେ ସାମିଲ

Advertisment
ଶସ୍ତା ଭେଣ୍ଟିଲେଟର ତିଆରି କରିଥିବା ଟିମ୍‌ରେ ବଲାଙ୍ଗୀରର ଡାକ୍ତର, ଆଇଆଇଟି ରୁର୍‌କି ଓ ଏମ୍‌ସ ଋଷିକେଶ ଟିମ୍‌ରେ ସାମିଲ

ବଲାଙ୍ଗୀର: ପୁଣି ଜଣେ ବଲାଙ୍ଗୀର ପୁଅର କମାଲ। ଅଷ୍ଟ୍ରେଲିଆରେ ଡାକ୍ତର ଚିତ୍ତରଂଜନ ଯୋଷୀ କରୋନା ଯୁଦ୍ଧରେ ପ୍ରମୁଖ ଭୂମିକା ନେଇଥିବା ବେଳେ ତାଙ୍କର ଆଉ ଜଣେ ସହପାଠୀ ବଲାଙ୍ଗୀରର ଡାକ୍ତର ଦେବେନ୍ଦ୍ର ତ୍ରିପାଠୀ ମଧ୍ୟ ଏବେ କରୋନା ଲଢ଼େଇରେ ଆଗଧାଡ଼ିର ଯୋଦ୍ଧା ହୋଇଛନ୍ତି। ଆଇଆଇଟି ରୁର୍‌କି ଓ ଏମ୍‌ସ ଋଷିକେଶର ମିଳିତ ଉଦ୍ୟମରେ କମ୍‌ ମୂଲ୍ୟର ଭେଣ୍ଟିଲେଟର ତିଆରି ଟିମ୍‌ରେ ଡା. ତ୍ରିପାଠୀ ରହିଛନ୍ତି।

publive-image

ଆଇଆଇଟି ରୁର୍‌କି ଓ ଏମ୍‌ସ ଋଷିକେଶ ପକ୍ଷରୁ କରୋନା ରୋଗୀଙ୍କ ପାଇଁ ଏକ ସ୍ବଳ୍ପ ମୂଲ୍ୟର ଭେଣ୍ଟିଲେଟର ଉଦ୍ଭାବନ କରାଯାଇଛି। ‘ପ୍ରାଣ ବାୟୁ’ ନାମକ ଏହି କ୍ଲୋଜ୍‌ଲୁପ ଭେଣ୍ଟିଲେଟର ଏମ୍‌ସ ଋଷିକେଶ ସହାୟତାରେ ଆଇଆଇଟି ରୁର୍‌କିର ପ୍ରଫେସରମାନଙ୍କ ଏକ ଟିମ୍‌ ତିଆରି କରିଥିଲେ। ଟିମ୍‌ରେ ଆଇଆଇଟିର ପ୍ରଫେସର ଅକ୍ଷୟ ଦ୍ୱିବେଦୀ, ଅରୂପ ଦାସଙ୍କ ସହ ଏମ୍‌ସ ଋଷିକେଶରେ ଥିବା ଡା. ଦେବେନ୍ଦ୍ର ତ୍ରିପାଠୀ ସାମିଲ ରହିଥିଲେ। ଏହି ଭେଣ୍ଟିଲେଟର କରୋନା ରୋଗୀଙ୍କୁ ଖୁବ୍‌ ସହାୟକ ହୋଇପାରିବ। ଏହା ବହୁ କମ୍‌ ମୂଲ୍ୟରେ ଉପଲବ୍ଧ ହେବା ସହ ଉଭୟ ଶିଶୁ ଓ ବୟସ୍କଙ୍କ କାମରେ ଆସିପାରିବ। ଆକାର ମଧ୍ୟ ଏହାର ବହୁତ କମ୍‌ ରହିଛି। ଭେଣ୍ଟିଲେଟର ଦାମ ପ୍ରାୟ ୨୫ହଜାର ଟଙ୍କା ରହିବ। ଏହାକୁ ବହୁଳ ମାତ୍ରାରେ ଉତ୍ପାଦନ ପାଇଁ ଏବେ ଉଦ୍ୟମ ଆରମ୍ଭ କରାଯାଇଛି। ଡା. ତ୍ରିପାଠୀ ଏହି ଟିମ୍‌ରେ ଥିବାରୁ ବଲାଙ୍ଗୀରର ବିଭିନ୍ନ ବୁଦ୍ଧିଜୀବୀ ମହଲ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଡା. ତ୍ରିପାଠୀ ବଲାଙ୍ଗୀର ରାଜେନ୍ଦ୍ର କଲେଜରେ ପାଠ ପଢ଼ିଥିଲେ। ପରେ ବୁର୍ଲା ଭିମସାରରେ ଏମ୍‌ବିବିଏସ୍‌ ଓ ପଣ୍ଡିଚେରୀ ଜିପ୍‌ମରରେ ପୋଷ୍ଟ ଗ୍ରାଜୁଏସନ କରିଥିଲେ। ବର୍ତ୍ତମାନ ସେ ଏମ୍‌ସ ଋଷିକେଶରେ କାର୍ଯ୍ୟରତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe