ରାଜ୍ୟ ରାଜନୀତି: ଫୋକସ୍‌ରେ ବଲାଙ୍ଗୀର

Advertisment
୫ବର୍ଷରେ ଜଳସମ୍ପଦ ପାଇଁ ୭୫ହଜାର କୋଟି ଖର୍ଚ୍ଚ ହେବ

NDTV.com

ବଲାଙ୍ଗୀର : ରାଜ୍ୟ ରାଜନୀତିରେ ବଲାଙ୍ଗୀର ଜିଲ୍ଲାର ନେତାଙ୍କ ଦବଦବା କାହିଁରେ କେତେ। ଶନିବାର ରାଜ୍ୟ ସରାକାରଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ରବିବାର ନୂଆ ମନ୍ତ୍ରିମଣ୍ଡଳ ଗଠନ ହେବ। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋକସ୍‌ରେ ବଲାଙ୍ଗୀର ଜିଲ୍ଲା ରହିଥିବା ଲକ୍ଷ୍ୟ କରାଯାଇଛି। ରାଜନୈତିକ ସମୀକ୍ଷକଙ୍କ କହିବା ଅନୁସାରେ, ପୂର୍ବରୁ ବିଜେଡିରୁ ବଲାଙ୍ଗୀର ଜିଲ୍ଲାର ଜଣେମାତ୍ର ମନ୍ତ୍ରୀ ଥିଲେ ଟିଟିଲାଗଡ଼ ବିଧାୟିକା ଟୁକୁନୀ ସାହୁ। ନିକଟରେ ବଲାଙ୍ଗୀରର ଆଦିବାସୀ ନେତା ନିରଞ୍ଜନ ବିଶିଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛନ୍ତି ମୁଖ୍ୟମନ୍ତ୍ରୀ। ପୁଣି ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ରବିବାର ମୁଖ୍ୟ ଉପସଚେତକ କରିପାରନ୍ତି। ବଲାଙ୍ଗୀର ଜିଲ୍ଲାରେ ତିନି ଜଣ ନେତାଙ୍କୁ ଗୁରୁ ଦାୟିତ୍ୱ ଦେବା ସୂଚାଉଛି ନବୀନଙ୍କ ଫୋକସ୍‌ରେ ବଲାଙ୍ଗୀର ରହିଛି।

ସୂଚନାଯୋଗ୍ୟ ଯେ ରାଜ୍ୟରେ କଂଗ୍ରେସ ଏକ ବଡ଼ ପରିବର୍ତ୍ତନ ଆଣିଛି। ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ବିଧାୟକ ଦଳ ନେତା ଥିବା ବେଳେ ବଲାଙ୍ଗୀରର ପୂର୍ବ ସାଂସଦ ଶରତ ପଟ୍ଟନାୟକଙ୍କୁ ପସିସି ସଭାପତି କରିଛି କଂଗ୍ରେସ। କଂଗ୍ରେସର ହେଭିୱେଟ୍‌ ନେତା ବଲାଙ୍ଗୀରରୁ ଥିବାରୁ ନବୀନ ମଧ୍ୟ ବଲାଙ୍ଗୀର ଉପରେ ତାଙ୍କ ଧ୍ୟାନ କେନ୍ଦ୍ରୀଭୂତ କରିଥିବା ଆଲୋଚନା ସରଗରମ ହେଲାଣି। ଅପରପଟେ ରାଜ୍ୟସଭା ଲବିରେ ଥିବା ପୂର୍ବ ସାଂସଦ କଳିକେଶ ନାରାୟଣ ସିଂହଦେଓ ନିରାଶ ହୋଇଥିବା ବେଳେ ରାଜ ପରିବାରକୁ ବିଜେଡି ଧୀରେ ଧୀରେ କ୍ଷମତାହୀନ କରୁଥିବା ଏବଂ ଅନ୍ୟ ନେତାଙ୍କୁ ଶକ୍ତିଶାଳୀ କରୁଥିବା ରାଜନୈତିକ ବିଶାରଦ ମତ ଦେଉଛନ୍ତି। କଂଗ୍ରେସକୁ ଟକ୍କର ଦେବା ପାଇଁ ବଲାଙ୍ଗୀରକୁ ପାୱାରଫୁଲ କରୁନାହାନ୍ତି ତ ନବୀନ? ସେ ଯାହାବି ହେଉ ବଲାଙ୍ଗୀର ବିଜେଡି ନେତାଙ୍କ ଦବଦବା ପୁଣି ଥରେ ରହିବ ଏହା ଥୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe