ବଲାଙ୍ଗୀର ମେଡିକାଲ୍‌ ଟିଚିଂ କଲେଜ୍‌ ଓ ହସ୍ପିଟାଲ୍‌ ଉଦ୍‌ଘାଟିତ: ମଞ୍ଚରୁ ଓହ୍ଲାଇଗଲେ ନରସିଂହ, କହିଲେ ‘ବଲାଙ୍ଗୀରବାସୀଙ୍କ ପାଇଁ ଅପମାନ’

Advertisment

ବିକାଶ ଦେଖି ବିଧାୟକ ଅସହିଷ୍ଣୁ: କଳିକେଶ

ବିକାଶ ଦେଖି ବିଧାୟକ ଅସହିଷ୍ଣୁ: କଳିକେଶ

ବଲାଙ୍ଗୀର ମେଡିକାଲ୍‌ ଟିଚିଂ କଲେଜ୍‌ ଓ ହସ୍ପିଟାଲ୍‌ ଉଦ୍‌ଘାଟିତ: ମଞ୍ଚରୁ ଓହ୍ଲାଇଗଲେ ନରସିଂହ, କହିଲେ ‘ବଲାଙ୍ଗୀରବାସୀଙ୍କ ପାଇଁ ଅପମାନ’

odisha bytes

ବଲାଙ୍ଗୀର: ଶନିବାର ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ମେଡିକାଲ୍‌ କଲେଜ୍‌ ହସ୍ପିଟାଲର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଅନୁଷ୍ଠିତ ସଭାରେ ବକ୍ତବ୍ୟ ରଖିବାକୁ ସୁଯୋଗ ମିଳିନଥିବାରୁ ବିଧାୟକ ଶ୍ରୀ ମିଶ୍ର ମଞ୍ଚରୁ ଓହ୍ଲାଇ ଫେରି ଯାଇଥିଲେ। ପ୍ରତିକ୍ରିୟା ରଖି ସେ କହିଥିଲେ, ବଲାଙ୍ଗୀରବାସୀଙ୍କ ପ୍ରତିନିଧି ହିସାବରେ ସେ ମଞ୍ଚରେ ଉପସ୍ଥିତ ଥିଲେ। କିନ୍ତୁ ତାଙ୍କୁ ବକ୍ତବ୍ୟ ଦେବାକୁ ସୁଯୋଗ ନଦେବା ବଲାଙ୍ଗୀରବାସୀଙ୍କ ପାଇଁ ଅପମାନ। ସେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଥିବା ବେଳେ ଏହି ମେଡିକାଲ୍‌ କଲେଜ କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ସ୍ଥାନୀୟ ସରକାରୀ ଦଳର ନେତାଙ୍କ ପ୍ରବଳ ବିରୋଧ ଯୋଗୁଁ ଏହା ପ୍ରତିଷ୍ଠା ହେବାକୁ ବହୁ ବିଳମ୍ବ ହୋଇଥିଲା। ଏବେ ନିର୍ବାଚନ ହାରିବା ଭୟରେ ସରକାର ତରବରିଆ ଭାବେ ମେଡିକାଲ୍‌ର ଉଦ୍‌ଘାଟନ କରିଛନ୍ତି। ସରକାରଙ୍କୁ ଏତେ ଭୟ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାସହ ସରକାରୀ ସଭାରେ ମନ୍ତ୍ରୀ ଟୁକୁନୀ ସାହୁ ବକ୍ତବ୍ୟରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ବକ୍ତବ୍ୟ ରଖିବା ଅସାମ୍ବିଧାନିକ ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି। ଲୋୟର୍‌ ସୁକ୍‌ତେଲ୍‌ ପ୍ରକଳ୍ପକୁ ବିନା ପାଣିରେ ଉଦ୍‌ଘାଟନ କରାଗଲା। ଏବେ ଅସମ୍ପୂର୍ଣ୍ଣ ମେଡିକାଲ୍‌ ଲୋକାର୍ପିତ ହୋଇଛି। କାଳେ ସେ (ନରସିଂହ) ଏହାର ଖୁଲାସା କରିବେ, ତେଣୁ ଜାଣିଶୁଣି ତାଙ୍କୁ ବକ୍ତବ୍ୟରୁ ବିରତ ରଖିବାକୁ ଷଡ୍‌ଯନ୍ତ୍ର କରାଯାଇଛି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ।

ଜବାବ ଦେଇ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ସିଂଦେଓ କହିଛନ୍ତି, ମୁଖ୍ୟମନ୍ତ୍ରୀ ବିକାଶକୁ ଗୁରୁତ୍ୱ ଦେଇ ଗୁଡ଼ାଏ ପ୍ରକଳ୍ପ ଭେଟି ଦେଇଛନ୍ତି। କିନ୍ତୁ ବିଧାୟକ ଏହାକୁ ଦେଖି ଅସହିଷ୍ଣୁ ପାଲଟିଛନ୍ତି। ସେ କେବଳ ଶ୍ରେୟ ରାଜନୀତିରେ ଅଛନ୍ତି। ଲୋୟର୍‌ ସୁକ୍‌ତେଲ୍‌ ଉଦ୍‌ଘାଟନୀ ଉତ୍ସବ ହେଉ କି ମେଡିକାଲ୍‌ କଲେଜ୍‌ର ଟିଚିଂ ହସ୍ପି‌ଟାଲ ଉଦ୍‌ଘାଟନ; ସବୁଠି ତାଙ୍କୁ ପ୍ରଶାସନ ନିମନ୍ତ୍ରଣ କରିଛି। କିନ୍ତୁ ବିଧାୟକ ନିଜ ଅହଙ୍କାର ପ୍ରଦର୍ଶନ ପୂର୍ବକ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଅନେକ ପ୍ରକଳ୍ପରେ ସେ ଶ୍ରେୟ ନେବାକୁ ଆଗଭର ହେଉଛନ୍ତି। କିନ୍ତୁ ଯେତେବେଳେ ସରକାର ପ୍ରକଳ୍ପ ଶେଷ କରୁଛନ୍ତି, ସେବେ ବିଧାୟକ ଅସହିଷ୍ଣୁ ହୋଇ ଯାଉଛନ୍ତି ବୋଲି କଳିକେଶ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe