୪୨.୨ ଡିଗ୍ରିରେ ସିଝିଲା ବଲାଙ୍ଗୀର, ୧୨ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ

Advertisment
୪୨.୨ ଡିଗ୍ରିରେ ସିଝିଲା ବଲାଙ୍ଗୀର, ୧୨ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ

ଭୁବନେଶ୍ବର: ମେ’ ମାସ ୨ ଦିନ ପରେ ଶେଷ ହେବ। ତଥାପି ସୂର୍ଯ୍ୟ ଦେବତା ନିଜର ରୁଦ୍ର ରୂପରେ ପରିବର୍ତ୍ତନ ହୋଇନାହାନ୍ତି। ମୌସୁମି ଆସି ନ ଥିବାରୁ ଅର୍ଥାତ କାଳବୈଶାଖୀ ପ୍ରଭାବରେ ବର୍ଷାର ଅଭାବରୁ ତାପପାତ୍ରା ହ୍ରାସ ପାଇ ପାରି ନାହିଁ। ଆଜି ବଲାଙ୍ଗୀରରେ ସର୍ବାଧିକ ୪୨.୨ ଡ଼ିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ୧୨ ସହରର ଦିନ ତାପମାତ୍ରା ୪୦ ଡ଼ିଗ୍ରି କିମ୍ବା ଏହା ଠାରୁ ଅଧିକ ରେକର୍ଡ କରାଯାଇଛି।

publive-image

ପାଣିପଗ ବିଭାଗ କୁହାଯାଇଛି ଯେ, ଆଗାମୀ ୪ ରୁ ୫ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଉପକୂଳର ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲାରେ ଗୁଳୁଗୁଳି ଅନୁଭୂତ ହେବ। ଆଭ୍ୟନ୍ତରୀଣ ଓଡ଼ିଶା ଓ ରାଜ୍ୟର ପଶ୍ଚିମ ଭାଗରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହେଉଛି। ପୂର୍ବାହ୍ନ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଟାଣ ଖରା ହେଉଥିବାରୁ ରାସ୍ତାଘାଟ ଜନଶୂନ୍ୟ ଦେଖାଯାଉଛି। ଜରୁରୀ କାମ ନଥିଲେ ଲୋକେ ଘରୁ ବାହାରକୁ ଯାଉନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe