ଜନ୍ମୋତ୍ସବ ଅବସରରେ ମା’ ବଗଳାଦେବୀଙ୍କୁ ଲାଗିହେଲା ୧୦୦୮ ଭୋଗ

ଜନ୍ମୋତ୍ସବ ଅବସରରେ ମା’ ବଗଳାଦେବୀଙ୍କୁ ଲାଗିହେଲା ୧୦୦୮ ଭୋଗ

ବାଲେଶ୍ୱର : ବାଲେଶ୍ୱର ସହର ଉପକଣ୍ଠ କୁରୁଡ଼ା ନିକଟସ୍ଥ ଶ୍ରୀଶ୍ରୀପୀତାମ୍ବରା ସିଦ୍ଧ ମହାଶକ୍ତିପୀଠର ନବମ ବାର୍ଷିକୋତ୍ସବ ଓ ମା’ ବଗଳାଦେବୀଙ୍କ ଜନ୍ମୋତ୍ସବ ଉପଲକ୍ଷେ ୩ଦିନ ଧରି ଚାଲିଥିବା ମହାଯଜ୍ଞରେ ଆଜି ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା। ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କୋଭିଡ୍‌ କଟକଣା ଅନୁଯାୟୀ ପୀଠ ପକ୍ଷରୁ ଏହି ଉତ୍ସବ ନିରାଡ଼ମ୍ବର ଭାବେ ପାଳନ ହୋଇଥିଲା। କେବଳ ପୀଠ ପରିସରରେ ଅଧିଷ୍ଠାତ୍ରୀ ଦେବୀ ମା’ ବଗଳାମୁଖୀ ଓ ଅନ୍ୟ ଦେବାଦେବୀଙ୍କ ଅଭିଷେକ ଓ ଅର୍ଚ୍ଚନା ସହିତ ଯଜ୍ଞାଦିକର୍ମ ଅନୁଷ୍ଠିତ ହୋଇଥିଲା।

publive-image

ଶୁକ୍ରବାର ଦିନ କଳସ ଶୋଭାଯାତ୍ରା ଓ ଘଟ ଉତ୍ତୋଳନ ସହ ବୈଦିକରୀତିରେ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥିଲା। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଜ୍ଞ ପଣ୍ଡିତ ଏବଂ ବ୍ରାହ୍ମଣମାନଙ୍କ ଦ୍ୱାରା ସୂର୍ଯ୍ୟପୂଜା, ଗୁରୁପୂଜା, ମଣ୍ଡଳାଦର୍ଶନ, ଅଗ୍ନିସ୍ଥାପନ, ଶ୍ରୀମନ୍ଦିରରୁ ମା’ଙ୍କ ଯଜ୍ଞମଣ୍ଡପକୁ ଆଗମନ, ଅର୍ଚ୍ଚନା, ଶହସ୍ରାଦି ବଗଳାମନ୍ତ୍ରରେ ଯଜ୍ଞାହୁତି ପ୍ରଦାନ କରାଯିବା ସହ ସଂନ୍ଧ୍ୟାରେ ପୁନର୍ବାର ଶ୍ରୀମନ୍ଦିରକୁ ମା’ଙ୍କ ପ୍ରତ୍ୟାବର୍ତ୍ତନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶଙ୍ଖ, ହୁଳହୁଳି, ଘଣ୍ଟଘଣ୍ଟା, ମୃଦଙ୍ଗଧ୍ୱନିରେ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଭକ୍ତମାନେ ଦିବାରାତ୍ରି ଭଜନକୀର୍ତ୍ତନରେ ମଜ୍ଜି ରହିଥିଲେ। ସିଦ୍ଧ ମହାଶକ୍ତି ପୀଠାଧୀଶ ଆଚାର୍ଯ୍ୟ ରବିନାରାୟଣ ମିଶ୍ର ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ବିଧିପୂର୍ବକ ସମାପନ ହୋଇଥିଲା।

publive-image

ଜନ୍ମୋତ୍ସବ ଅବସରରେ ମା’ଙ୍କୁ ୧୦୦୮ ପ୍ରକାରର ବିଭିନ୍ନ ବ୍ୟଞ୍ଜନ, ମିଷ୍ଟାନ୍ନ, ଫଳମୂଳାଦି ପ୍ରସାଦ ଲାଗି କରାଯାଇଥିଲା। ଏପରି ଏକ ବିରଳ ପ୍ରସାଦ ଅର୍ପଣ ସେବା ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ମହାଶକ୍ତିପୀଠ ପକ୍ଷରୁ ତିନିଦିନ ଧରି ଭକ୍ତମାନଙ୍କ ନିମନ୍ତେ ସାମୂହିକ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ରବିବାର ସଂନ୍ଧ୍ୟାରେ ମହାଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା। ଏହାପରେ ଯଜ୍ଞମଣ୍ଡପରୁ ମା’ ମନ୍ଦିରକୁ ବିଜେ କରିବା ପରେ ମହାଆଳତୀ କରାଯାଇଥିଲା। ଏହାକୁ ଦେଖିବା ପାଇଁ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe