ସଂସ୍କୃତି ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଭାରି ପଡ଼ିଲା ବିଜେପି, ୨ଟି ଯାକ ବ୍ଲକ୍‌ ଅଧ୍ୟକ୍ଷ ଆସନ ଛଡ଼ାଇନେଲା

ସଂସ୍କୃତି ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଭାରି ପଡ଼ିଲା ବିଜେପି, ୨ଟି ଯାକ ବ୍ଲକ୍‌ ଅଧ୍ୟକ୍ଷ ଆସନ ଛଡ଼ାଇନେଲା

ABP News

ବାଲେଶ୍ବର : ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନିର୍ବାଚନମଣ୍ଡଳୀ ସିମୁଳିଆରେ ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ଶନିବାର ଦିନ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରେ ଏହି ନିର୍ବାଚନମଣ୍ଡଳୀର ଦୁଇଟି ଯାକ ବ୍ଲକ ଖଇରା ଓ ସିମୁଳିଆକୁ ଅକ୍ତିଆର କରିନେଇଛି ବିଜେପି। ସବୁଠୁ ଉତ୍କଣ୍ଠାପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଥିଲା ସିମୁଳିଆ ବ୍ଳକରେ। ବିଜେଡି ସମର୍ଥିତ ଅଧ୍ୟକ୍ଷ ପ୍ରାର୍ଥୀ ଗଜେନ୍ଦ୍ର ସେଠୀ ଓ ବିଜେପି ସମର୍ଥିତ ପ୍ରାର୍ଥୀ ବାବାଜୀ ମଲ୍ଲିକଙ୍କ ମଧ୍ୟରେ କଡ଼ା ଟକ୍କର୍‌ ହୋଇଥିଲା। ଉଭୟଙ୍କ ସପକ୍ଷରେ ପଡ଼ିଥିଲା ସମାନସଂଖ୍ୟକ ୧୧ଟି ଲେଖା ଭୋଟ୍‌। ବ୍ଳକ ପରିସରରେ ପ୍ରାର୍ଥୀଙ୍କ ସହ ଉପସ୍ଥିତ ଥିବା ଦୁଇ ଦଳର ସମର୍ଥକଙ୍କ ହୃଦ୍‌ସ୍ପନ୍ଦନ ବଢ଼ିଯାଇଥିଲା। ଚୂଡ଼ାନ୍ତ ଫଳ ପାଇଁ ନିର୍ବାଚନ ଅଧିକାରୀ ଶେଷରେ ଧର୍ମଗୁଳାର ସହାୟତା ନେଇଥିଲେ। ଆଉ ଏଥିରେ ବାଜି ମାରିନେଇଥିଲେ ବିଜେପି ସମର୍ଥିତ ପ୍ରାର୍ଥୀ ବାବାଜୀ ମଲ୍ଲିକ।

ଅନ୍ୟପକ୍ଷରେ ୩୭ ପଞ୍ଚାୟତ ବିଶିଷ୍ଟ ଖଇରା ବ୍ଲକରେ ବି ଶାସକ ଦଳ ଉପରେ ଭାରି ପଡ଼ିଥିଲା ବିଜେପି। ଅଧ୍ୟକ୍ଷା ପ୍ରାର୍ଥୀ ଅଭିଲିପ୍‌ସା ସାହୁଙ୍କୁ ୨୦ଟି ଭୋଟ୍‌ ମିଳିଥିବା ବେଳେ ବିଜେଡି ସମର୍ଥିତ ପ୍ରାର୍ଥୀ ନର୍ମଦା ଦେଙ୍କୁ ମିଳିଥିଲା ୧୭ଟି ଭୋଟ୍‌। ପ୍ରକାଶଥାଉକି, ଚଳିତ ପଞ୍ଚାୟତ ନିର୍ବାଚନରେ ସିମୁଳିଆ ନିର୍ବାଚନମଣ୍ଡଳୀରେ ଥିବା ୭ଟି ଜିଲ୍ଲା ପରିଷଦ ଆସନରୁ ବିଜେଡି ୨ଟି ଆସନ ହରାଇଛି। ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଶାସକଦଳର ଏହି ପରାଜୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe