ବାଲେଶ୍ୱର: ଯୁବତୀଙ୍କ ଉପରକୁ ଏସିଡ୍‌ ମାଡ଼ ନା, ପେଟ୍ରୋଲ୍‌ରେ ପୋଡ଼ି; ପ୍ରକୃତ ଘଟଣା କ’ଣ

ବାଲେଶ୍ୱର: ଯୁବତୀଙ୍କ ଉପରକୁ ଏସିଡ୍‌ ମାଡ଼ ନା, ପେଟ୍ରୋଲ୍‌ରେ ପୋଡ଼ି; ପ୍ରକୃତ ଘଟଣା କ’ଣ

ବାଲେଶ୍ୱର: ରବିବାର ସକାଳେ ପୋଡ଼ି ହୋଇ ଆହତ ହୋଇଥିବା ଜଣେ ଯୁବତୀ ଚିକିତ୍ସା ପାଇଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ତାଙ୍କ କହିବାନୁସାରେ କେହି ଜଣେ ଏସିଡ୍‌ ପକାଇ ତାଙ୍କର ଏ ଭଳି ପରିସ୍ଥିତି କରିଛନ୍ତି। ଘଟଣା ଘଟିଥିବା ସ୍ଥାନର ସିସିଟିଭି ଫୁଟେଜ୍‌ରୁ ଅଲଗା କଥା ଜଣା ପଡୁଛି।

ଏବେ ଆହତ ହୋଇ ଚିକିତ୍ସିତ ହେଉଥିବା ବାଲେଶ୍ୱର ଟାଉନ୍‌ ଅଞ୍ଚଳର ୨୫ ବର୍ଷୀୟ ମଧୁସ୍ମିତା ମହାପାତ୍ର ଆଜିମାବାଦ ଠାରେ ଗୋଲ୍‌ଡେନ୍‌ ଲାଇଫ୍‌ ଇନ୍‌ସ୍ୟୁରାନ୍‌ସ୍‌ ନାମକ ଏକ ସଂସ୍ଥାନ ଖୋଲି ଚଳାନ୍ତି। ତାଙ୍କ ସଂସ୍ଥାନରେ ଦୀପକ ନାୟକ ନାମକ ଜଣେ ଯୁବକ କର୍ମଚାରୀ ଭାବେ କାମ କରନ୍ତି। କୌଣସି କାରଣରୁ ଦୀପକ ଚାରି ପାଞ୍ଚ ଦିନ ହେବ ତାଙ୍କ ପାଖରୁ କାମ ଛାଡ଼ି ସହଦେବଖୁଣ୍ଟାସ୍ଥିତ ଡିଲ୍‌ ମନି ସିକ୍ୟୁରିଟି ପ୍ରାଇଭେଟ୍‌ ଲିମିଟେଡ୍‌ରେ କାମ କରିବେ ବୋଲି କଥାବାର୍ତ୍ତା ଚୂଡ଼ାନ୍ତ କରିଥିଲେ।

publive-image

ଆଜି ସକାଳେ ମଧୁସ୍ମିତା ଡିଲ୍‌ ମନି ଅଫିସ୍‌ରେ ପହଞ୍ଚିଥିଲେ। ସେଠାରେ ଅଫିସର ଝରକା ଆଦି ଖୋଲା ଥିବା ଦେଖି ଭିତରକୁ ପେଟ୍ରୋଲ ପକାଇବା ପରେ ନିଅାଁ ଲଗାଇବା ବେଳେ ତାଙ୍କ ଉପରକୁ ନିଅାଁ ଧାସ ମାଡ଼ି ଆସିବାରୁ ସେ ଚିତ୍କାର କରିଥିଲେ। ଧାଇଁ ଯାଇ ଆଖପାଖର ଲୋକଙ୍କୁ କହିଥିଲେ କି, କେହି ଜଣେ ତାଙ୍କ ଉପରେ ଏସିଡ୍‌ ପକାଇ ତାଙ୍କର ଏ ଭଳି ଅବସ୍ଥା କରିଛି।

ଉପରୋକ୍ତ ଘଟଣା ଡିଲ୍‌ ମନି ଅଫିସ୍‌ରେ ଲାଗିଥିବା ସିସିଟିଭି ଫୁଟେଜ୍‌ରେ ଦେଖା ଯାଉଛି।

ଉଭୟ ପକ୍ଷ ଥାନାକୁ ଯାଇ ଅଭିଯୋଗ ଦାଏର କରିବା ପରେ ସହଦେବଖୁଣ୍ଟା ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe