ବାଲେଶ୍ୱର: କାନ୍ଥ ପଡ଼ି ୨୨ ଦିନର ଶିଶୁ ମୃତ

Advertisment
ବାଲେଶ୍ୱର: କାନ୍ଥ ପଡ଼ି ୨୨ ଦିନର ଶିଶୁ ମୃତ

Photo Credit: Sambad.in

ବାଲେଶ୍ୱର: ଶୁକ୍ରବାର ପ୍ରତ୍ୟୁଷରେ କୁଣ୍ଡପୁରସ୍ତମପୁର ନିକଟରେ ଅବସ୍ଥିତ ଏକ ଆଦିବାସୀ ପରିବାରର ଘରକାନ୍ଥ ପଡ଼ି ଯିବାରୁ ଜଣେ ୨୨ ଦିନର ଶିଶୁର ମୃତ୍ୟୁ ଘଟିଛି।

ବାଲେଶ୍ୱର ସଦରଥାନା ଅନ୍ତର୍ଗତ କୁରୁଡ଼ା ପଞ୍ଚାୟତ ଅନ୍ତର୍ଗତ କୁଣ୍ଡପୁରସ୍ତମପୁର ଗାଁ’ର ନୟନଯୋଡ଼ୀ ଉପରେ ଥିବା ଆଦିବାସୀ ବସ୍ତିରେ ୨୨ଟି ଘର ଅଛି। ବୁଧବାର ରାତିରୁ ଆଜି ଯାଏଁ ସେ ଅଞ୍ଚଳରେ ଲଘୁଚାପ ଜନିତ ଅବିରାମ ବର୍ଷ ଯୋଗୁଁ ସେଥିରୁ ପ୍ରାୟ ୧୩ଟି ଘର ପାଣି ଘେରରେ ରହିଥିଲା। ନୟନଯୋଡ଼ୀରେ ପାଣି ବଢ଼ି ବଢ଼ି ଘର ଭେଦି ଯିବାରୁ ଲକ୍ଷ୍ମଣ ମୁର୍ମୁଙ୍କ କାନ୍ଥ ପଡ଼ି ଯାଇଥିଲା। ଫଳତଃ, ସେ ଘରେ ଥିବା ତାଙ୍କ ୨୨ ଦିନର ଶିଶୁ କନ୍ୟାର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ଖବର ପାଇ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, କୁରୁଡ଼ା ସରପଞ୍ଚ ଏବଂ କୁରୁଡ଼ା ରାଜସ୍ୱ ନିରୀକ୍ଷକ ସେଠାରେ ପହଞ୍ଚିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe