Representative Image Courtesy of India. Com
ବାଲେଶ୍ୱର: ଗୁରୁବାର ପୂର୍ବାହ୍ନରେ ଖନ୍ତାପଡ଼ା ଥାନା ନିକଟରେ ଏକ ପିକ୍-ଅପ୍ ଭ୍ୟାନ୍ ଦୁର୍ଘଟଣାରେ ଜଣେ ସାଇକେଲ୍ ଚାଳକଙ୍କର ମୃତ୍ୟୁ ଘଟିଛି।
ଥାନା ପାଖରେ ଥିବା ବିପିସିଏଲ୍ ପେଟ୍ରୋଲ୍ ପମ୍ପ୍ ସମ୍ମୁଖ ରାସ୍ତାରେ ୧୭ ବର୍ଷିୟ ଶଚ୍ଚୀନ୍ଦ୍ର ଜେନା ସାଇକେଲ୍ ଚଳାଇ ଯାଉଥିବାବେଳେ ପଛଆଡୁ ଆସୁଥିବା ଏକ ପିକ୍-ଅପ୍ ଭ୍ୟାନ୍ ତାଙ୍କୁ ଧକ୍କା ଦେଇଥିଲା। ଫଳତଃ, ସେ ମୃତପ୍ରାୟ ଆହତ ହୋଇ ସେଠାରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରୁ ଆହତ ଶଚ୍ଚୀନ୍ଦ୍ରଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରିବାକୁ ଯୋଜନା କରାଯାଉଥିବାବେଳେ ତାଙ୍କର ଦେହାନ୍ତ ହୋଇ ଯାଇଥିବା ପ୍ରକାଶ।
ଦୁର୍ଘଟଣା ଘଟାଇଥିବା ପିକ୍-ଅପ୍ ଭ୍ୟାନ୍ଟିକୁ ପୁଲିସ ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2017/10/cycle-crash.jpg)