ବାଲେଶ୍ଵର : ଜିଲ୍ଲା ବିଜେଡିର ପୁନଃଗଠନ ଓ ଆଗାମୀ ପନ୍ଥା ପାଇଁ ବୈଠକ

ସଦରବାସୀ ଓ କର୍ମୀଙ୍କୁ ଦେଲେ ଧନ୍ୟବାଦ

ବାଲେଶ୍ଵର : ଜିଲ୍ଲା ବିଜେଡିର ପୁନଃଗଠନ ଓ ଆଗାମୀ ପନ୍ଥା ପାଇଁ ବୈଠକ

ବାଲେଶ୍ଵର : ସଦର ଉପନିର୍ବାଚନ ବିଜୟ ପରେ ଜିଲ୍ଲା ବିଜେଡି ଚଳଚଂଚଳ ହୋଇପଡ଼ିଛି। ବିଜୟ ପରେ ଦଳର ଜିଲ୍ଲା କମିଟିର ତୃଣମୂଳସ୍ତରରେ ଏକ ବଡ ପରିବର୍ତ୍ତନ କରାଯିବା ପାଇଁ ଯୋଜନା ହେଉଛି। ସେହିପରି ଜିଲ୍ଲାରେ ଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଛି। ଆଜି ଜିଲ୍ଲା ବିଜେଡି କାର୍ଯ୍ୟଳୟରେ ଅନୁଷ୍ଠିତ ଏକ ବୈଠକରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏଭଳି ସଂକେତ ଦେଇଛନ୍ତି।

ଖାଲି ଏତିକି ନୁହେଁ, ଉପନିର୍ବାଚନ ବିଜୟ ପାଇଁ ସଦରବାସୀ ଏବଂ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଳନ ପାଇଁ ଖୁବ୍‌ଶୀଘ୍ର ପଞ୍ଚାୟତ ଓ ୱାର୍ଡ ଦାୟିତ୍ୱରେ ଥିବା ନେତାମନ୍ତ୍ରୀ ନିଜ ଅଞ୍ଚଳ ବୁଲିବେ, ଲୋକମାନଙ୍କ ସମସ୍ୟାକୁ ବୁଝି ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଳର ଉପସଭାପତି ତଥା ବିଧାୟକ ଦେବୀ ମିଶ୍ର, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରତାପ ଦେବ, ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଧାୟକ ଅନନ୍ତ ଦାସ, ସ୍ୱରୂପ ଦାସ, ବରିଷ୍ଠ ନେତା ଅରୁଣ ଦେ ଉପସ୍ଥିତ ରହି ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe