ବାଲେଶ୍ବର ଜିଲ୍ଲା ରାଜନୀତିରେ ହଲଚଲ: ରଘୁନାଥ ଓ ନିତ୍ୟାନନ୍ଦଙ୍କ ଘରେ ବିଜେଡି ନେତାଙ୍କ ମେଳି

Advertisment

ବସ୍ତା ନିର୍ବାଚନମଣ୍ଡଳୀର ଦୁଇ ପୁରୁଖା ରାଜନେତା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ପୂର୍ବତନ ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ଘରେ ଆଜି ଜିଲ୍ଲା ବିଜେଡିର ଏକ ପ୍ରତିନିଧି ଦଳ ପହଞ୍ଚି ସେମାନଙ୍କ ହାଲଚାଲ ବୁଝିଥିବା ଜଣାପଡ଼ିଛି।

ବସ୍ତା ନିର୍ବାଚନମଣ୍ଡଳୀର ଦୁଇ ପୁରୁଖା ରାଜନେତା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ପୂର୍ବତନ ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ଘରେ ଆଜି ଜିଲ୍ଲା ବିଜେଡିର ଏକ ପ୍ରତିନିଧି ଦଳ ପହଞ୍ଚି ସେମାନଙ୍କ ହାଲଚାଲ ବୁଝିଥିବା ଜଣାପଡ଼ିଛି।

ggdgcvcv

ବାଲେଶ୍ୱର: ବସ୍ତା ନିର୍ବାଚନମଣ୍ଡଳୀର ଦୁଇ ପୁରୁଖା ରାଜନେତା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ପୂର୍ବତନ ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ଘରେ ଆଜି ଜିଲ୍ଲା ବିଜେଡିର ଏକ ପ୍ରତିନିଧି ଦଳ ପହଞ୍ଚି ସେମାନଙ୍କ ହାଲଚାଲ ବୁଝିଥିବା ଜଣାପଡ଼ିଛି। ବହୁଦିନର ବ୍ୟବଧାନ ପରେ ଦଳ ଅଲୋଡ଼ା କରିଥିବା ଏହି ଦୁଇ ବରିଷ୍ଠ ନେତା ହଠାତ୍‌ ଖୋଜା ପଡ଼ିବାର କାରଣକୁ ନେଇ ଜିଲ୍ଲା ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି।    

ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନେତୃତ୍ବରେ ଉକ୍ତ ପ୍ରତିନିଧି ଦଳରେ ବାଲେଶ୍ବର ସଦରର ପୂର୍ବତନ ବିଧାୟକ ସ୍ବରୂପ କୁମାର ଦାସ, ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ ନାୟକ ସାମିଲ ଥିଲେ। ଏହି ଅବସରରେ ପ୍ରତିନିଧି ଦଳ ଶ୍ରୀ ମହାନ୍ତିଙ୍କ ସହ ତାଙ୍କ ଅମର୍ଦ୍ଦାରୋଡ୍‌ସ୍ଥିତ ବାସଭବନରେ ମଧ୍ୟାହ୍ନ ଭୋଜନରେ ମଧ୍ୟ ସାମିଲ ହୋଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ  ପୂର୍ବତନ ମନ୍ତ୍ରୀ ଶ୍ରୀ ମହାନ୍ତି ବସ୍ତା ନିର୍ବାଚନମଣ୍ଡଳୀରୁ ଲଗାତାର ୫ଥର ବିଧାୟକ ନିର୍ବାଚିତ ହୋଇଥିବା ବେଳେ ଶ୍ରୀ ସାହୁ ଲଗାତାର ଦୁଇଥର ବିଧାୟକ ହୋଇଥିଲେ। ଉଭୟଙ୍କ ନେତୃତ୍ବରେ ବସ୍ତା ସମେତ ନିର୍ବାଚନମଣ୍ଡଳୀରେ ବିଜେଡି ସଂଗଠନ ବେଶ୍‌ ମଜଭୁତ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଦଳର ନିଷ୍ପତ୍ତି ସେମାନଙ୍କୁ ସଂଗଠନ ଠାରୁ ବେଶ୍‌ କିଛିବର୍ଷ ହେଲା ଦୂରେଇ ରଖିଛି। 

ଅନ୍ୟପକ୍ଷରେ, ଦଳର ନେତୃବୃନ୍ଦ ଆଜି ଉଭୟ ନେତାଙ୍କ ଘରେ ପହଞ୍ଚିବା ସୌଜନ୍ୟମୂଳକ ଥିଲା ବୋଲି ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ ଫେସ୍‌ବୁକ ପୋଷ୍ଟରୁ ସୂଚନା ମିଳିଛି। ପ୍ରାକ୍ତନ ମନ୍ତ୍ରୀ ଶ୍ରୀ ମହାନ୍ତିଙ୍କ ସହ ସାକ୍ଷାତ କରି ଦଳୀୟ ସଂଗଠନ ସମ୍ପର୍କରେ ଆଲୋଚନା କରାଯାଇଥିବା ବେଳେ ପ୍ରାକ୍ତନ ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ମୁକୁଳିସିସ୍ଥିତ ବାସଭବନକୁ ଯାଇ ଆଗାମୀଦିନ‌ରେ ଦଳକୁ ପୁଣିଥରେ କିପରି ମଜଭୁତ କରାଯିବ ସେ ନେଇ ପରାମର୍ଶ ନିଆଯାଇଥିବା ଶ୍ରୀ ନାୟକ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe