ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ୩ କର୍ମଚାରୀଙ୍କୁ କରୋନା

ଦୁର୍ଘଟଣାରେ ଆହତ କୋଭିଡ୍‌ ହସ୍ପିଟାଲରେ କଲବଲ

ବାଲେଶ୍ବର:  କଡ଼ା କଟକଣାରେ ରହିଥିବା ସତ୍ତ୍ବେ ବାଲେଶ୍ବର ଏସ୍‌ପିଙ୍କ କାର୍ଯ୍ୟାଳୟରେ କରୋନା ଭୂତାଣୁ ପ୍ରବେଶ କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରବେଶ କରିଛି।  କାର୍ଯ୍ୟାଳୟର କିଛି କର୍ମଚାରୀ ଗତକାଲି ପଜିଟିଭ୍‌ ଚିହ୍ନଟ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା‌ଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା।

ପଜିଟିଭ୍‌ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କାର୍ଯ୍ୟାଳୟର ୨ ପିଅନ ଓ ଜଣେ ଷ୍ଟେନୋ ରହିଛନ୍ତି। ଏହାଛଡ଼ା ଜିଲ୍ଲାପାଳଙ୍କ ଗାଡ଼ି ଚଳାଉଥିବା ଜଣେ ଡ୍ରାଇଭର ଅସୁସ୍ଥ ଥିବାରୁ ତାଙ୍କୁ ଛୁଟିରେ ପଠାଯାଇଛି। ଖବର ଜଣାପଡ଼ିବା ପରେ କାର୍ଯ୍ୟାଳୟର କର୍ମଚାରୀଙ୍କୁ କ୍ବାରାଣ୍ଟିନ୍‌ରେ ରହିବାକୁ କିମ୍ବା କାର୍ଯ୍ୟାଳୟ ସଟଡାଉନ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି କି ନାହିଁ ସେନେଇ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ନାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ ତୁରନ୍ତ ସେମାନଙ୍କର ନୁମନା ପରୀକ୍ଷା କରାଇବା ପାଇଁ ଦାବି କରିଛନ୍ତି।

ସୂଚନା ଥାଉକି, ଜିଲ୍ଲାରୁ କରୋନାରେ ଗତକାଲି ୪୩ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୬ ଜଣ ସ୍ଥାନୀୟ ସଂକ୍ରମିତ ଓ ୩୭ ଜଣ ସ୍ଥାନୀୟ ସଂକ୍ରମିତ ବାହାରିଛନ୍ତି। ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଜଳେଶ୍ବର ଥାନାରୁ ୨ ଜଣ କୋଭିଡ ଯୋଦ୍ଧା ଥିବା ଜଣାଯାଇଛି। ଏହି ସଂଖ୍ୟାକୁ ମିଶାଇଲେ ଜିଲ୍ଲାର କରୋନା ଆକ୍ରାନ୍ତ ୧୪୩୪କୁ ବୃଦ୍ଧି ପାଇଛି ଏବଂ ୧୦୪୯ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe