Advertisment

ସକାଳ ସାଢ଼େ ୮ଟା ବେଳକୁ ବାଲେଶ୍ବର ସବୁଠାରୁ ଉତ୍ତପ୍ତ

Advertisment
ସକାଳ ସାଢ଼େ ୮ଟା ବେଳକୁ ବାଲେଶ୍ବର ସବୁଠାରୁ ଉତ୍ତପ୍ତ

ଭୁବନେଶ୍ୱର: ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ରାଜ୍ୟରେ ଅସମ୍ଭାଳ ତାତି ଦେଖିବାକୁ ମିଳିଛି। ସକାଳ ସାଢ଼େ ୮ଟା ସୁଦ୍ଧା ବାଲେଶ୍ବର ୩୪.୪ ଡଗ୍ରି ତାପମାତ୍ରା ସହ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଏଣେ ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୩୨.୬ ଡିଗ୍ରି ରେକର୍ଡ କରାଯାଇଛି। ତେଣେ ଚାନ୍ଦବାଲିରେ ୩୨.୬, ପୁରୀରେ ୩୨.୪, କେନ୍ଦୁଝରରେ ୩୧.୨, ଝାରସୁଗୁଡ଼ା ଓ ଗୋପାଳପୁରରେ ତାପମାତ୍ରା ୩୧.୪ ଡିଗ୍ରି ରେକର୍ଡ ହୋଇଛି।

ଠିକ୍ ସେହିପରି ରାଉରକେଲାରେ ସକାଳ ସାଢ଼େ ୮ଟା ସୁଦ୍ଧା ତାପମାତ୍ରା ୩୦ ଡିଗ୍ରି ରହିଥିବା ବେଳେ ସମ୍ବଲପୁରରେ ୩୦.୪, ପାରାଦୀପରେ ୩୦.୮ ଓ ହୀରାକୁଦରେ ତାପମାତ୍ରା ୩୧ ଡିଗ୍ରି ଥିବା ଜଣାଯାଇଛି।

ଗତକାଲି ୧୮ସହରରେ ଦିନ ତାପମାତ୍ରା ୪୦ଡ଼ିଗ୍ରି କିମ୍ବା ଅଧିକ ରେକର୍ଡ କରାଯାଇଥିଲା। ବାରିପଦାରେ ସର୍ବାଧିକ ୪୧.୪ ଡ଼ିଗ୍ରି, ଭୁବନେଶ୍ୱର, ଚାନ୍ଦବାଲି, ଏବଂ ନୂଆପଡ଼ାରେ ୪୧.୨ ଡ଼ିଗ୍ରି ସହ ଦ୍ୱିତୀୟ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିଲା।

ଆଗାମୀ ୪ଦିନ ମଧ୍ୟରେ ଦିନ ତାପମାତ୍ରାରେ ରାଜ୍ୟର ଅନେକ ସ୍ଥାନରେ ଆହୁରି ୨ ରୁ ୪ଡ଼ିଗ୍ରି ଯାଏଁ ବୃଦ୍ଧି ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe