ବାଲେଶ୍ୱର ମାଜିଷ୍ଟ୍ରେଟ୍‌ ଅନୁପମା ବେହେରା ହତ୍ୟାକାଣ୍ଡ ମାମଲା : ଦୁଇ ଅଭିଯୁକ୍ତଙ୍କ ବୟାନ ରେକର୍ଡ

ବାଲେଶ୍ୱର ମାଜିଷ୍ଟ୍ରେଟ୍‌ ଅନୁପମା ବେହେରା ହତ୍ୟାକାଣ୍ଡ ମାମଲା : ଦୁଇ ଅଭିଯୁକ୍ତଙ୍କ ବୟାନ ରେକର୍ଡ

କଟକ : ବହୁ ଚର୍ଚ୍ଚିତ ବାଲେଶ୍ୱର ମାଜିଷ୍ଟ୍ରେଟ୍‌ ଅନୁପମା ବେହେରା ହତ୍ୟାକଣ୍ଡ ମାମଲାର ଶୁଣାଣି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି କଟକ ପ୍ରଥମ ଅତିରିକ୍ତ ଦୌରା ଜଜ୍‌ ସଂଜୟ କୁମାର ସାହୁଙ୍କ ଇଜଲାସ୍‌ରେ ମାମଲାର ଶୁଣାଣି ସମୟରେ ଅଭିଯୁକ୍ତ ପ୍ରିୟରଂଜନ ମହାନ୍ତି ଓ ଜ୍ୟୋତି ରଂଜନ ମହାନ୍ତିଙ୍କ ବୟାନ ରେକର୍ଡ କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ୧୬ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଜାନୁଆରି ୩ରେ ସରକାରଙ୍କ ପକ୍ଷରୁ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିବା ବେଳେ ପରବର୍ତ୍ତୀ ଶୁଣାଣି ସମୟରେ ଅଭିଯୁକ୍ତଙ୍କ ପକ୍ଷରୁ ସାକ୍ଷୀ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିବେ। ସରକାରଙ୍କ ପକ୍ଷରୁ ପବ୍ଲିକ୍‌ ପ୍ରସିକ୍ୟୁଟର ଅଜିତ କୁମାର ପଟ୍ଟନାୟକ ମାମଲା ପରିଚାଳନା କରୁଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବାଲେଶ୍ୱରରେ ଘଟିଥିବା ଏହି ହତ୍ୟାକାଣ୍ଡ ମୋକଦ୍ଦମାର ଶୁଣାଣି କଟକରେ କରାଯାଉଛି। ଏହି ମାମଲାରେ ମୃତ ଅନୁପମା ବେହେରାଙ୍କ ପରିବାର ସଦସ୍ୟ, ସଂପର୍କିୟ, କର୍ମଚାରୀ, ସହଦେବଖୁଣ୍ଟା ଥାନାର ତତ୍କାଳୀନ ଥାନା ଅଧିକାରୀ ମନୋଜ କୁମାର ରାଉତ, ସାଇଣ୍ଟିଫିକ୍‌ ଅଫିସର, ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ ସମେତ ୨୬ ଜଣ ହାଜର ହୋଇ ଅଦାଲତରେ ସାକ୍ଷ୍ୟ ପ୍ରଦାନ କରି ସାରିଛନ୍ତି। ମାମଲାର ଶୁଣାଣି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ଖୁବ୍‌ ଶୀଘ୍ର ଏହି ମାମଲାର ରାୟ ପ୍ରକାଶ ପାଇବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe