ବାଲେଶ୍ୱର ଜିଲ୍ଲା‌ରେ ବିଧାୟକ କରୋନା ସଂକ୍ରମିତ, ରାଜ୍ୟରେ ପ୍ରଥମ

Advertisment
ବାଲେଶ୍ୱର ଜିଲ୍ଲା‌ରେ ବିଧାୟକ କରୋନା ସଂକ୍ରମିତ, ରାଜ୍ୟରେ ପ୍ରଥମ

ବାଲେଶ୍ୱର : ରାଜ୍ୟର ଜଣେ ବିଧାୟକ ପ୍ରଥମ ଥର ପାଇଁ କରୋନା ଦ୍ବାରା ସଂକ୍ରମିତ ହୋଇଥିବାର ସୂଚନା ମିଳିଛି। ବାଲେଶ୍ୱର ଜିଲ୍ଲାର ଜନୈକ ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏ ନେଇ ଜିଲ୍ଲା କୋଭିଡ କେୟାର ଅଫିସର ଡା.ଅନ୍ତର୍ଯ୍ୟାମୀ ମିଶ୍ର ସୂଚନା ଦେଇଛନ୍ତି। କାହା ସଂସ୍ପର୍ଶରେ ଆସି ବିଧାୟକ କରୋନା ଦ୍ବାରା ସଂକ୍ରମିତ ହୋଇଛନ୍ତି ସେଥିନେଇ କୌଣସି ସୂଚନା ମିଳିନାହିଁ।

ତେବେ ସେ ଗତ ୩ ତାରିଖରେ ବାଲେଶ୍ୱର ସଦର ବିଧାୟକ ୰ ମଦନମୋହନ ଦତ୍ତଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିଲେ।  ବିଜେପି ସମେତ ବିଭିନ୍ନ ଦଳର ବରିଷ୍ଠ ନେତୃବୃନ୍ଦ ଓ ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ବିଧାୟକ ଉକ୍ତ ସଭାରେ ଉପସ୍ଥିତ ଥିଲେ। ସେହିପରି ସଂପୃକ୍ତ ବିଧାୟକ ଜୁଲାଇ ୨ ତାରିଖରେ ଭୁବନେଶ୍ବରରେ ବିଧାନସଭାର ପଞ୍ଚାୟତିରାଜ ଓ ପାନୀୟଜଳ ସଂପର୍କିତ ଷ୍ଟାଣ୍ଡିଂ କମିଟି ବୈଠକରେ ସାମିଲ ଥିଲେ ବୋଲି ସୂଚନା ରହିଛି।

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଧାୟକଙ୍କୁ କୋଭିଡ ହସ୍ପିଟାଲ ଆଣିବା ପାଇଁ ଏକ ଟିମ  ଯାଇଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଥିବା ଜିଲ୍ଲା କୋଭିଡ କେୟାର ଅଫିସର କହିଛନ୍ତି।  ସୂଚନାଯୋଗ୍ୟ, ଏବେ ବାଲେଶ୍ୱର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୨ରେ ପହଞ୍ଚିଥିବା ବେଳେ ୩୨୪ ଜଣ ସୁସ୍ଥ ହୋଇ ସାରିଲେଣି। ୮୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe