ଯୁଗ୍ମ-ଅଯୁଗ୍ମ ନମ୍ବରରେ ଖୋଲିବ ବାଲେଶ୍ୱର ନୂଆବଜାର

Advertisment

ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ପ୍ରଶାସନର ନିଷ୍ପତ୍ତି

ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ପ୍ରଶାସନର ନିଷ୍ପତ୍ତି

ଯୁଗ୍ମ-ଅଯୁଗ୍ମ ନମ୍ବରରେ ଖୋଲିବ ବାଲେଶ୍ୱର ନୂଆବଜାର

Livemint

ବାଲେଶ୍ୱର : ବାଲେଶ୍ୱର ସହରର ନୂଆବଜାର ଜିଲ୍ଲାର ସବୁଠୁ ବଡ଼ ପନିପରିବା ବଜାର ଭାବେ ଜଣାଶୁଣା। ପ୍ରତିଦିନ ଚାଷୀ, ବ୍ୟବସାୟୀ ଓ ଗ୍ରାହକଙ୍କୁ ମିଶାଇଲେ ପ୍ରାୟ ୫୦ ହଜାର ଜନସମୂହ ଏଠାରେ ଏକତ୍ରିତ ହୁଅନ୍ତି। ଏବେ କରୋନା ପାଇଁ ସେଠାରେ ଭିଡ଼ କମିଥିଲେ ବି ପ୍ରତିଦିନ ଯେତିକି ସଂଖ୍ୟାରେ ଏଠାରେ ଜନସମାଗମ ହେଉଛି ତାହା ପ୍ରଶାସନ ପାଇଁ ସବୁଠୁ ବଡ଼ ମୁଣ୍ଡବ୍ୟଥାର କାରଣ ହୋଇଛି। ନା ସମ୍ପୃକ୍ତ ବ୍ୟବସାୟୀଙ୍କୁ ସେଠାରୁ ବାହାରକୁ ସ୍ଥାନାନ୍ତର କରୁଛି ନା ଜନସମାଗମକୁ ରୋକିପାରୁଛି। ସାମାଜିକ ଦୂରତା କଟକଣା ସମ୍ପୂର୍ଣ୍ଣ ଭାବେ ଏହି ମାର୍କେଟରେ ଫେଲ୍ ମାରିଛି। ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ଉକ୍ତ ବଜାର କମିଟି ସହ ଆଲୋଚନା କରାଯାଇ ସେମାନେ କେତେବେଳେ କିପରି ବସିବେ ସେନେଇ ନିଷ୍ପତ୍ତି ହୋଇଥିବା ପୌର ପରିଷଦ ଅଧିକାରୀ ପ୍ରଣୟ ଜେନା କହିଛନ୍ତି। ତାଙ୍କ କହିବା ଅନୁସାରେ ନୂଆବଜାରରେ ପ୍ରାୟ ୨୦୦ ଦୋକାନୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧ନମ୍ବରରୁ ୩୦ ନମ୍ବର ଦୋକାନୀ ଅଯୁଗ୍ମ ତାରିଖରେ ବସିବେ ଏବଂ ୩୧ ନମ୍ବର ଦୋକାନୀ ଯୁଗ୍ମ ତାରିଖରେ ବସିବେ। ସେହିପରି ଅରଡ଼ବଜାର ରେଲୱେ ଲେଭେଲ କ୍ରସିଂ ଠାରୁ ଜିଲ୍ଲା ଆୟୂର୍ବେଦ ଚିକିତ୍ସାଳୟ ପର୍ୟ୍ୟନ୍ତ ରାସ୍ତାର ବାମପାର୍ଶ୍ବରେ ବସୁଥିବା ଦୋକାନୀ ଅଯୁଗ୍ମ ତାରିଖରେ ଓ ସମାନଭାବେ ରାସ୍ତାର ବିପରୀତ ପାର୍ଶ୍ବରେ ବସୁଥିବା ଦୋକାନୀମାନେ ଯୁଗ୍ମ ତାରିଖରେ ବସିବାକୁ ନିର୍ଦେଶ ଦିଆଯାଇଛି। ଏହାବାଦ ବଜାର ସକାଳୁ କେତେ ସମୟ ପର୍ୟ୍ୟନ୍ତ ଖୋଲାରହିବ ସେନେଇ ସମୟ ଧାର୍ୟ୍ୟ କରାଯାଇନଥିବା ବେଳେ ବଜାର ଖୋଲାଥିବା ସମୟରେ ସାମାଜିକ ଦୂରତା ଉପରେ ପ୍ରାଧାନ୍ୟ ଦିଆଯିବ ବୋଲି ଶ୍ରୀ ଜେନା କହିଛନ୍ତି।

ମିସନପଡ଼ିଆକୁ ଉଠିବେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପାର୍ଶ୍ବ ପରିବା ଦୋକାନୀ!
ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପାଚେରୀ ପାର୍ଶ୍ବରେ ବସୁଥିବା ଅସ୍ଥାୟୀ ପରିବା ହାଟ ସବୁ ସମୟରେ ଚଳଚଞ୍ଚଳ ଥାଏ। ସକାଳୁ ରାତି ଯାଏ ଏଠାରେ ଗ୍ରାହକଙ୍କ ଭିଡ଼ ଲାଗିଥାଏ। ତେବେ କରୋନା ପାଇଁ ଏହି ମାର୍କେଟ୍ ମିସନପଡ଼ିଆକୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ପକ୍ଷରୁ ଯୋଜନା କରାଯାଇଛି। ଆଜି ଉପଜିଲ୍ଲାପାଳ ନୀଲୁ ମହାପାତ୍ରଙ୍କ ନେତୃତ୍ବରେ ସଦର ଅତିରିକ୍ତ ତହସିଲଦାର ଶତ୍ରୁଘ୍ନ ସେଠୀ ଓ ପୌର ପରିଷଦ ଅଧିକାରୀ ପ୍ରଣୟ ଜେନା ଏନେଇ କ୍ଷେତ୍ର ପରିଦର୍ଶନ କରିଥିଲେ। ଆସନ୍ତାକାଲିଠାରୁ ଦୋକାନୀମାନଙ୍କୁ ସେଠାରେ ବସାଯିବା ପାଇଁ ଯୋଜନା ରହିଥିବାବେଳେ ୧୦୦ ଜଣ ଦୋକାନୀଙ୍କ ପାଇଁ ୫ଟି ଧାଡ଼ି ହେବ। ପ୍ରତି ଧାଡ଼ିରେ ୨୦ଟି ଦୋକାନ ଓ ପରସ୍ପର ଠାରୁ ୧ ମିଟର ଦୂରତାରେ ବସାଯିବା ପାଇଁ ବ୍ୟବସ୍ଥା ଚାଲିଛି। ତେବେ ଦୋକାନୀମାନେ ସେଠାକୁ ଯିବା ପାଇଁ ରାଜି ହେଉନଥିବାରୁ ନିଷ୍ପତ୍ତି ନେବାରେ ବିଳମ୍ବ ହେଉଛି। ପ୍ରଶାସନକୁ ସହଯୋଗ କରିବା ପାଇଁ ସେମାନଙ୍କ ସହ ଆଲୋଚନା ଚାଲିଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe