ପ୍ରଶାନ୍ତଙ୍କ ମରଶରୀର ପହଞ୍ଚିଲା: ଆଜି ଶେଷକୃତ୍ୟରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

Advertisment

ଜମ୍ମୁ-କାଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତ ବାଲେଶ୍ବରର ପ୍ରଶାନ୍ତ କୁମାର ଶତପଥୀଙ୍କ ମରଶରୀରକୁ ଅଣାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ମରଶରୀର ସହ ପତ୍ନୀ ପ୍ରିୟଦର୍ଶିନୀ ଓ ପୁଅ ତନୁଜ ମଧ୍ୟ ଫେରିବେ।

ଜମ୍ମୁ-କାଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତ ବାଲେଶ୍ବରର ପ୍ରଶାନ୍ତ କୁମାର ଶତପଥୀଙ୍କ ମରଶରୀରକୁ ଅଣାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ମରଶରୀର ସହ ପତ୍ନୀ ପ୍ରିୟଦର୍ଶିନୀ ଓ ପୁଅ ତନୁଜ ମଧ୍ୟ ଫେରିବେ।

dvd ccvcv

ଭୁବନେଶ୍ବର/ବାଲେଶ୍ବର: ଜମ୍ମୁ କଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତ ବାଲେଶ୍ବରର ପ୍ରଶାନ୍ତ କୁମାର ଶତପଥୀଙ୍କ ମରଶରୀର ଭୁବନେଶ୍ବରରେ ପହଞ୍ଚିଛି। ପତ୍ନୀ ପ୍ରିୟଦର୍ଶିନୀ ଓ ପୁଅ ତନୁଜ ମଧ୍ୟ ତାଙ୍କ ସହିତ ଫେରିଛନ୍ତି। ଭୁବନେଶ୍ବର ବିମାନବନ୍ଦରରେ ମରଶରୀର ପହଞ୍ଚିବା ପରେ ପତ୍ନୀ ପ୍ରିୟଦର୍ଶିନୀ କୋହ ସହି ନପାରି ମୂର୍ଚ୍ଛା ହୋଇଯାଇଥିଲେ।

ବିମାନବନ୍ଦରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ପୁଲିସ୍‌ ଡିଜି ୱାଇବି ଖୁରାନିଆ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପିସିସି ସଭାପତି ଭକ୍ତ ଦାସ, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ‌ଶେଷ ଦର୍ଶନ କରିଥିଲେ। ବିଳମ୍ବିତ ରାତିରେ ଆମ୍ବୁଲାନ୍ସରେ ମରଶରୀର ବାଲେଶ୍ବର ସଦର ବ୍ଲକ୍‌ ଈଶାଣୀ ଗ୍ରାମସ୍ଥିତ ବାସଭବନକୁ ଅଣାଯାଇଛି।

ଆଜି ଶେଷକୃତ୍ୟରେ ଯୋଗଦେବେ ମୁଖ୍ୟମନ୍ତ୍ରୀ
ଶ୍ରଦ୍ଧାଞ୍ଜଳି ଜଣାଇଲେ ଉପମୁଖ୍ୟମନ୍ତ୍ରୀ
ମୂର୍ଚ୍ଛା ହୋଇଗଲେ ପତ୍ନୀ ପ୍ରିୟଦର୍ଶିନୀ

ଆଜି ଏକ ସ୍ବତନ୍ତ୍ର ବିମାନ ଯୋଗେ ଦିନ ୨ଟା ୩୫ ମିନିଟ୍‌ରେ ପ୍ରଶାନ୍ତଙ୍କ ମରଶରୀର ଶ୍ରୀନଗରରୁ ଦିଲ୍ଲୀ ଅଭିମୁଖେ ବାହାରିଥିଲା। ବିମାନ ନୂଆଦିଲ୍ଲୀରେ ପହଞ୍ଚିବା ପରେ ସେଠାରୁ ପୁଣି ଅନ୍ୟ ଏକ ବିମାନରେ ତାଙ୍କ ମୃତଦେହ ଭୁବନେଶ୍ବର ଆସିଥିଲା। ଘଟଣା ବାବଦରେ ଖବର ପାଇ ଶ୍ରୀନଗର ଯାଇଥିବା ପ୍ରଶାନ୍ତଙ୍କ ସାନଭାଇ ବସନ୍ତ ଶତପଥୀ, ନୂଆଦିଲ୍ଲୀରେ ରହୁଥିବା ଭଉଣୀ ଶ୍ରାବଣୀ ଶତପଥୀ ଓ ଭିଣୋଇ ମନୋରଞ୍ଜନ ମହାନ୍ତି ମଧ୍ୟ ସାଙ୍ଗରେ ଆସିଛନ୍ତି। ଅନ୍ୟପଟେ ସରକାରୀ ଦଳର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ବର ସଦର ବିଧାୟକ ମାନସ କୁମାର ଦତ୍ତ, ଜିଲ୍ଲା ପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ, ଏସ୍‌ପି ରାଜପ୍ରସାଦ, ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ପ୍ରମୁଖ ମୃତ ପ୍ରଶାନ୍ତଙ୍କ ବାସଭବନ ଯାଇ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଫୋନ୍‌ କରି ପ୍ରଶାନ୍ତ ବଡ଼ଭାଇ ସୁଶାନ୍ତ କୁମାର ଶତପଥୀଙ୍କ ସହ କଥା ହୋଇଥିବା ବେଳେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଅନ୍ୟ ରାଜ୍ୟ ନେତୃବୃନ୍ଦ ଓ ଅଧିକାରୀ ବାଲେଶ୍ବର ଆସିବେ ବୋଲି ଜଣାପଡ଼ିଛି। ପ୍ରଶାନ୍ତ ବାଲେଶ୍ୱର ‘ସିପେଟ୍‌’ରେ ଆକାଉଣ୍ଟ୍‌ସ ଅଫିସର ଭାବେ ଚାକିରି କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe