ବାଲେଶ୍ୱର କୋଭିଡ ହସ୍ପିଟାଲରେ କରୋନା ଯୋଦ୍ଧା ମହିଳା ନର୍ସଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗ, ପରିଚାଳକ ଓ ଫାର୍ମାସିଷ୍ଟ ଅଟକ

Advertisment
ବାଲେଶ୍ୱର କୋଭିଡ ହସ୍ପିଟାଲରେ କରୋନା ଯୋଦ୍ଧା ମହିଳା ନର୍ସଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗ, ପରିଚାଳକ ଓ ଫାର୍ମାସିଷ୍ଟ ଅଟକ

IMAGE SOURCE-odisha bytes

ବାଲେଶ୍ୱର: ବାଲେଶ୍ୱରରେ ଜଣେ କରୋନା ଯୋଦ୍ଧା ନର୍ସଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗ ହୋଇଛି। ଏନେଇ ବାଲେଶ୍ବର ସଦର ଥାନାରେ ଉକ୍ତ ଷ୍ଟାଫ୍ ନର୍ସ ଅଭିଯୋଗ କରିବା ପରେ ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ୨ ଅଟକ ରଖାଯାଇଥିବାର ଖବର ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ବାଲେଶ୍ୱର କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଜଣେ କରୋନା ଯୋଦ୍ଧା ନର୍ସ ବାଲେଶ୍ବର ସଦର ଥାନାରେ ଅଭିଯୋଗ କରିଛନ୍ତି ଯେ ସେଠାକାର ପରିଚାଳକ ସଚ୍ଚିଦାନନ୍ଦ ପାଢୀ ତାଙ୍କୁ ନିୟମିତ ଭାବେ ମୋବାଇଲରେ ଅଯଥା ମେସେଜ୍ ପଠାଇବା ସହ ଭିଡିଓ ପଠାଇଥାନ୍ତି। ଏହାକୁ ନେଇ ସେ ଲଜ୍ଜିତ ଅନୁଭବ କରନ୍ତି ବୋଲି କରୋନା ଯୋଦ୍ଧା ନର୍ସ ଅଭିଯୋଗ କରିଛନ୍ତି। ଏହାଛଡ଼ା ଅଫିସ୍ ସମୟ ପରେ ଅଧିକ ସମୟ କଥା ହେବାକୁ ବାଧ୍ୟ କରନ୍ତି। ତାଙ୍କ କଥା ନ ମାନିଲେ ତାଙ୍କୁ ସସପେଣ୍ଡ କରିଦେବେ ଓ ଜୀବନରୁ ଶେଷ କରିଦେବାର ଧମକ ଦେଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ଏହାଛଡ଼ା ସେଠାରେ ଥିବା ଫାର୍ମାସିଷ୍ଟମାନେ ୧୪ଜଣ ମହିଳା କରୋନା ଯୋଦ୍ଧା ନର୍ସଙ୍କୁ ବି ଏଭଳି ଅଶାଳୀନ ଆଚରଣ କରୁଥିବାର ସେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପତ୍ରରେ ଅନ୍ୟ କେତେଜଣ ମହିଳା କରୋନା ଯୋଦ୍ଧା ନର୍ସଙ୍କର ଦସ୍ତଖତ ବି ରହିଛି।

ବାଲେଶ୍ଵର କୋଭିଡ ହସ୍ପିଟାଲରେ ନର୍ସଙ୍କୁ ଅଶାଳୀନ ବ୍ୟବହାର ଘଟଣାକୁ ନେଇ ଗତକାଲି ନର୍ସମାନେ ହସ୍ପିଟାଲ ମ୍ୟାନେଜର ଓ ଜଣେ ଫାର୍ମାସିଷ୍ଟଙ୍କ ନାମରେ ଅଭିଯୋଗ କରି ଧାରଣାରେ ବସିଥିଲେ। ଅଭିଯୋଗ ପରେ ସଦର ଥାନା ପୋଲିସ ଦ୍ବାରା ହସ୍ପିଟାଲ ମ୍ୟାନେଜର ସଚ୍ଚିଦାନନ୍ଦ ପାଢୀ ଓ ଜଣେ ଫାର୍ମାସିଷ୍ଟ ଅଟକ ହୋଇଥିବାର ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe