ବାଲେଶ୍ୱର ସହରରେ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ଡ୍ରୋନ ଦ୍ଵାରା ଏରିଏଲ୍ ସାନିଟାଇଜର ପରୀକ୍ଷଣ

Advertisment
ବାଲେଶ୍ୱର ସହରରେ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ଡ୍ରୋନ ଦ୍ଵାରା ଏରିଏଲ୍ ସାନିଟାଇଜର ପରୀକ୍ଷଣ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ଆଇଟିଆର୍ ପକ୍ଷରୁ ଆଜି ଡ୍ରୋନ ଦ୍ଵାରା ଏରିଏଲ୍ ସାନିଟାଇଜ କରାଯାଇଥିଲା। ଆନ୍ନା ୟୁନିଭରସିଟି ଓ ଆଇଟିଆର୍ ଚେନ୍ନାଇର ମିଳିତ ସହଭାଗିତାରେ ଏହି ଡ୍ରୋନକୁ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ କରାଯାଇଛି।

ଆଜି ସକାଳେ ବାଲେଶ୍ୱର ସହରର ପୁଲିସ ଲାଇନ ଛକକୁ ୨୫ ମିଟର ଉଚ୍ଚତାରୁ ଏହି ଡ୍ରୋନ ଦ୍ୱାରା ବିଶୋଧିତ କରାଯାଇଛି। ଡ୍ରୋନ ସାନିଟାଇଜର ଦ୍ଵାରା ଅଧିକ କ୍ରିୟାଶୀଳ ଭାବେ ବାୟୁମଣ୍ଡଳ ବିଶୋଧିତ ହୋଇପାରୁଥିବାରୁ ଏଭଳି ପଦକ୍ଷେପ ଆଇଟିଆର୍ ପକ୍ଷରୁ ନିଆଯାଇଥିଲା। ଏହି ଡ୍ରୋନରେ ୨୦ଲିଟର ବିଶିଷ୍ଟ ତରଳ ପଦାର୍ଥ ବହନ କରିବାର କ୍ଷମତା ରହିଥିବା ଆଇଟିଆର୍ ନିର୍ଦେଶକ ଡକ୍ଟର ବିନୟ କୁମାର ଦାସ ସୂଚନା ଦେଇଛନ୍ତି।

publive-image

ଏହାକୁ ପରୀକ୍ଷାମୂଳକ ଭାବେ ଆଜି ପ୍ରଥମ ଥର ଲାଗି ଉପଯୋଗ କରା ଯାଇଥିବା ବେଳେ ଆଗକୁ ଏହି ବ୍ୟବସ୍ଥାକୁ ବ୍ୟାପକ କରାଯିବାର ଯୋଜନା ରଖାଯାଇଛି ବୋଲି ଆଇଟିଆର୍ ନିର୍ଦେଶକ କହିଛନ୍ତି। ଏହା ଜରିଆରେ ଲୋକଙ୍କ ଭିତରେ ଅଧିକ ସଚେତନତା ସୃଷ୍ଟି ହେବ ବୋଲି ବି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe