ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣା: ହାଇକୋର୍ଟଙ୍କ ପକ୍ଷରୁ କଂଗ୍ରେସ ଓ ବିଜେଡିକୁ ନୋଟିସ୍

ଫକୀର ମୋହନ ଛାତ୍ରୀଙ୍କ ଆତ୍ମଦାହ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତର ଷ୍ଟାଟସ୍ ରିପୋର୍ଟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଦାଖଲ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ମାନସ ରଂଜନ ପାଠକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଡଭୋକେଟ ଜେନେରାଲ ରିପୋର୍ଟ ମୁଦା ଲଫାପାରେ ଦାଖଲ କରିଛନ୍ତି...

Balasore student death incident: High Court issues notice to Congress and BJD

Balasore student death incident: High Court issues notice to Congress and BJD Photograph: (sambad.in)

କଟକ: ବାଲେଶ୍ବର ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମଦାହ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତର ଷ୍ଟାଟସ୍ ରିପୋର୍ଟ ସରକାରଙ୍କ ତରଫରୁ ହାଇକୋର୍ଟରେ ଦାଖଲ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ମାନସ ରଂଜନ ପାଠକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ତଦନ୍ତର ଷ୍ଟାଟସ ରିପୋର୍ଟ ମୁଦା ଲଫାପାରେ ଦାଖଲ କରିଥିଲେ।

ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯିବା ସହିତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସେ କହିଥିଲେ। ହାଇକୋର୍ଟ ରିପୋର୍ଟକୁ ଦେଖିବା ପରେ ତଦନ୍ତକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ।  

ଏଥି ସହିତ ବର୍ତ୍ତମାନ ସ୍ଥିତିରେ ଘଟଣାର ତଦନ୍ତ ପାଇଁ ଏସଆଟି (ସ୍ବତନ୍ତ୍ର ତଦନ୍ତକାରୀ ଟିମ୍) ଗଠନର ଆବଶ୍ୟକତା ନାହିଁ ବୋଲି ହାଇକୋର୍ଟ କହିଥିଲେ।  ମାମଲାର ପରବର୍ତ୍ତୀ ଶୁଣାଣି ସମୟ‌ରେ ତଦନ୍ତର ସାନି ସ୍ଥିତି ସଂପର୍କିତ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ଆବେଦନକାରୀ ଶିବଶଙ୍କର ମହାନ୍ତି ଦର୍ଶାଇଥିଲେ ଯେ, ଏହି ଘଟଣା ପରେ ବିଭିନ୍ନ ରାଜନୈତିକ ଦଳ ତରଫରୁ ଦିଆଯାଇଥିବା ବନ୍ଦ ଡାକରା ‌ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ କରୁଛି। ବିଭିନ୍ନ ସ୍ଥାନରେ ରାଜ‌ନୈତିକ ଦଳର ଆହ୍ବାନକ୍ରମେ ବନ୍ଦ ପାଳିତ ହୋଇଥିଲା। ସାଧାରଣ ଲୋକେ ହଇରାଣ ହୋଇଥିଲେ। ଲୋକମାନେ ଡାକ୍ତରଖାନାରେ ମଧ୍ୟ ପହଞ୍ଚିବା ଅସମ୍ଭବ ହୋଇ ପଡ଼ିଥିଲା। 

ଏଥି ସହିତ ବଳଙ୍ଗା ନାବାଳିକାଙ୍କୁ ନିଆଁ ଲଗାଇ ହତ୍ୟା ଉଦ୍ୟମ ଘଟଣା ପରେ ଏମ୍ସର ବର୍ଣ୍ଣ ୟୁନିଟ ସମ୍ମୁଖ‌ରେ ରାଜନୈତିକ ଦଳର କର୍ମୀମାନେ ଏକତ୍ରିତ ହୋଇ ପ୍ରତିବାଦ କରିଥିଲେ। ଫଳରେ ସେଠାରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା। ଏମ୍ସକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ସେମାନଙ୍କ ସଂପର୍କୀୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ହାଇକୋର୍ଟ ଏହି ପ୍ରସଂଗକୁ ଗୁରୁତ୍ବର ସହିତ ଗ୍ରହଣ କରି କଂଗ୍ରେସ ଓ ବିଜୁ ଜନତା ଦଳକୁ ନୋଟିସ୍ ଜାରି କରିଛନ୍ତି। ଅଗଷ୍ଟ ୧୨କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।  

ଏହି ମାମଲାରେ ରାଜ୍ୟ ମୁଖ୍ୟ ସଚିବ, ପୁଲିସ ଡିଜି, ୟୁଜିସି, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି, ବିଜୁ ଜନତା ଦଳ ସଭାପତିଙ୍କୁ ପକ୍ଷଭୁକ୍ତ କରାଯାଇଛି।

: high court | Fakir Mohan College

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe