କୋରାପୁଟ: ନନ୍ଦପୁର ବ୍ଲକର ବିବାଦୀୟ ପର୍ଯ୍ୟଟନସ୍ଥଳୀ ବାଲଡ଼ା ନାଗେଶ୍ବରୀ ପାହାଡ଼ ଓ ଗୁମ୍ଫାକୁ ଖଣି ଖଦାନ ମାନ୍ୟତା ଦେଇ ରାଜ୍ୟ ସରକାର ଆଦାନୀ ଗ୍ରୁପ ହାତକୁ ଟେକି ଦେବା ଘଟଣାକୁ ନେଇ ବିରୋଧ ପୁଣି ଆରମ୍ଭ ହୋଇଛି। ପାହାଡ଼ ପାରିପାର୍ଶ୍ଵକ ୫ ପଞ୍ଚାୟତବାସୀଙ୍କୁ ନେଇ ଗଠିତ ମା’ନାଗେଶ୍ଵରୀ ପାହାଡ଼ ବଂଚାଅ ଅଭିଯାନ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ରେଳବାଇ ପଡ଼ିଆ ଠାରୁ ଅଂଚଳର ଶହ ଶହ ଲୋକେ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ। ତା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରିବା ସହ ସ୍ମାରକପତ୍ର ପ୍ରଦାନ କରିଥିଲେ।
ଏହି ଦାବିକୁ ନନ୍ଦପୁର ବ୍ଲକ ସରପଞ୍ଚ ସଂଘ ସମର୍ଥନ ଜଣାଇବା ସହ ସମସ୍ତ ସରପଂଚ ବି ଏଥିରେ ଭାଗ ନେଇଥିଲେ। ସମସ୍ତ ସରପଞ୍ଚ ଘେରାଉରେ ସାମିଲ ଗତ ୧୨ ତାରିଖରେ ମା’ନାଗେଶ୍ଵରୀ ପାହାଡ଼ ବଂଚାଅ ଅଭିଯାନ ପକ୍ଷରୁ ଡାକ ଯୋଗେ ଓ ନନ୍ଦପୁର ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଜିଲ୍ଲାପାଳ, ଖଣି ପ୍ରଶାସନ ଓ ପୁଲିସ ପ୍ରଶାସନକୁ ୫ ଦଫା ଦାବିପତ୍ର ଦେଇ ଆଗୁଆ ସୂଚନା ଦେଇଥିଲେ। ଦାବିପତ୍ରରେ ୧୫ ଦିନ ମଧ୍ୟରେ ଖଣି ନିଲାମକୁ ବାତିଲ କରି ପାହାଡ଼ ଓ ଗୁମ୍ଫାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଉ ବୋଲି ଦାବି କରାଯାଇଥିଲା। ଅନ୍ୟଥା ୨୭ ତାରିଖ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସୂଚନା ଦିଆଯାଇଥିଲା। ଦାବି ପୂରଣ ଦିଗରେ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଉପେକ୍ଷା କରିଛନ୍ତି।
ଏହି କ୍ରମରେ ମଙ୍ଗଳବାର ନନ୍ଦପୁର ବ୍ଲକର ୫ ପଞ୍ଚାୟତ ବାଲଡ଼ା, ଭେଜା, ବାଡେଲ, ଅତଣ୍ଡା, କୁଲାବିରର ହଜାରରୁ ଊର୍ଦ୍ଧ୍ବ ମହିଳା ପୁରୁଷ କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏହି ଅଭିଯାନର ସଭାପତି ତଥା ବାଲଡ଼ା ସରପଞ୍ଚ ବିକ୍ରମ ସୀସା, ଉପସଭାପତି ତଥା ନନ୍ଦପୁର ବ୍ଲକ ଅଧ୍ୟକ୍ଷା ସାବିତ୍ରୀ କାର୍ତୁଲ, ସହ ସମ୍ପାଦକ ଦଇତାରୀ ସୀସା, କୋଷାଧ୍ୟକ୍ଷ ଲବ ଖିଲ , ଡମ୍ବୁରୁଧର ରଣସିଂ, ମଧୁସୂଦନ ଦୋରା, କାମେଶ କାର୍ତୁଲ, ଦାମୋଧର କିର୍ସାନୀ, ବୁଢ଼ା ଖିଲ, ନିଳକଣ୍ଠ ସେମାଳି, ସହଦେବ ପେଟିଆ, ଆକାଶ ଖିଲ, ମଧୁ ବଡ଼ନାୟକ, ତ୍ରିନାଥ, ଭକ୍ତ ମୁଦୁଲି, ମଙ୍ଗରାଜ ମାଟମ, ଚୈତନ ଖରା, ନଟରାଜ କିଲ, ସୁବାସ ସିସା ପ୍ରମୁଖଙ୍କ ସହ ୫ପଂଚାୟତ ବାସୀ ଭାଗ ନେଇଥିଲେ। ଏହି ପାହାଡର ଖଣିରୁ ଅଲୁମନିୟମ କଂଚାମାଲ ଉତ୍ତୋଳନ ହେବା ଦ୍ବାରା ଜୈବବିବିଧତା ପର୍ଯ୍ୟଟନସ୍ଥଳୀ ନଷ୍ଟ ହୋଇଯିବ।
ଜଳ, ଜମି ଓଜଙ୍ଗଲକୁ ନେଇ ଅଂଚଳବାସୀ ବଂଚୁଥିବା ବେଳେ ଖଣି ହେବା ଦ୍ବାରା ଏସବୁ ସିଧାସଳଖ ଭାବେ ଏହି ୫ପଂଚାୟତର ହଜାର ହଜାର ଲୋକଙ୍କ ଉପରେ ପଡ଼ିବ। ଏହା ଦ୍ବାରା ପରିବେଶସନ୍ତୁଳନ ବିଗିଡିବା ସହ ଲୋକେ ନିଜ ଘରେ, ଗାଁରେ ରହି ପାରିବେ ନାହିଁ ବୋଲି ଏମାନେ ସ୍ମାରକପତ୍ରରେ ଜଣାଇଛନ୍ତି।
ଏଠାକାର ଜଳ, ଜମି ଓଜଙ୍ଗଲକୁ ନେଇ ଅଂଚଳବାସୀ ବଂଚୁଥିବା ବେଳେ ଖଣି ହେବା ଦ୍ବାରା ଏସବୁ ସିଧାସଳଖ ଭାବେ ଏହି ୫ପଂଚାୟତର ହଜାର ହଜାର ଲୋକଙ୍କ ଉପରେ ପଡ଼ିବ। ଏହା ଦ୍ବାରା ପରିବେଶସନ୍ତୁଳନ ବିଗିଡିବା ସହ ଲୋକେ ନିଜ ଘରେ, ଗାଁରେ ରହି ପାରିବେ ନାହିଁ ବୋଲି ଏମାନେ ସ୍ମାରକପତ୍ରରେ ଜଣାଇଛନ୍ତି। ପୂର୍ବରୁ ମାଛକୁଣ୍ଡ ହାଇଡ୍ରୋ ପାୱାର ପ୍ରଜେକ୍ଟ ପାଇଁ ନନ୍ଦପୁର ବ୍ଲକର ୧୦ଟି ପଂଚାୟତର ଲୋକେ ବାସ୍ତୁହରା ହୋଇ ନିଜ ଭୀଟମାଟି ଛାଡ଼ି ସାରିଛନ୍ତି। ଏହା ହେବା ଦ୍ବାରା ଏହି ୫ପଂଚାୟତବାସୀ ବାସ୍ତୁହରା ହେବା ସହ ଅଂଚଳର ପରିବେଶ ପ୍ରଦୁଷଣ ହେବା ସହ ବିଭିନ୍ନ ରୋଗ ବଢ଼ିବାର ସମ୍ଭାବନାକୁ ଏଡାଇ ହେବ ନାହିଁ। ନୂଆ ସରକାର ଏହି ଜୈବବିବିଦତାକୁ ପ୍ରତିପାଦିତ କରୁଥିବା ତଥା ପୂର୍ବପୁରୁଷ ଠାରୁ ଖ୍ୟାତି ରହିଥିବା ଏବଂ ଅଂଚଳବାସୀଙ୍କ ଆଶାବିଶ୍ବାସ, ଭରସାର ପ୍ରତୀକ ଏହି ବାଲାଦା ମା’ନାଗେଶ୍ବରୀ ପାହାଡ ଓ ଗୁମ୍ପାର ଖଣି ଲିଜକୁ ବାତିଲ କରିବାକୁ ଏମାନେ ଦାବି କରିଛନ୍ତି।
ଏହି ଖବର ପଢ଼ନ୍ତୁ: ମାଙ୍କଡ଼ପଲଙ୍କୁ ମିଳୁନି ଖାଦ୍ୟ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)