କୋରାପୁଟ: ଜଙ୍ଗଲରେ ପୂର୍ବ ପରି  ବନ୍ୟଜନ୍ତୁଙ୍କୁ ମିଳୁନି ଖାଦ୍ୟ। ବାଧ୍ୟ ହୋଇ ସେମାନେ ରାସ୍ତା ଉପରକୁ ଆସୁଛନ୍ତି। ଭାଲୁ ଗାଁ ଓ ସହର ମୁହାଁ ହେଉଥିବା ବେଳେ ମାଙ୍କଡ଼ପଲ  ଖାଦ୍ୟ ଅନ୍ବେଷଣରେ ରାସ୍ତା ଉପରକୁ ପଳାଇ ଆସୁଛନ୍ତି। କୋରାପୁଟ ଓ ଜୟପୁର ବନଖଣ୍ଡର ଜୟପୁର-କୋରାପୁଟ ଘାଟି, ସୁଙ୍କି ଘାଟି, ପାତ୍ରପୁର ବ୍ରିଜ୍, ଟାଙ୍ଗିନୀଗୁଡା ଗାଁ ନିକଟରେ ମାଙ୍କଡପଲ ଦେଖିବାକୁ ମିଳୁଛି। ଏପରିକି କୋରାପୁଟ ସହରକୁ ବି ବହୁ ସମୟରେ ମାଙ୍କଡ ପଲ ଆସୁଥିବା ନଜିର ରହିଛି।  

Advertisment

ଉପରୋକ୍ତ ସ୍ଥାନ ଗୁଡିକରେ ରାସ୍ତାଉପରେ ଜମା ହୋଇ ରହୁଥିବା ମାଙ୍କଡପଲ ସେହି ରାସ୍ତା ଦେଇ ଯା ଆସ କରୁଥିବା କାର, ଜିପ, ବଲୋର, ଅଟୋ ଆଦି କିଛି ଗାଡିର ବେଗ କମାଇ ରଖିବା ମାତ୍ରକେ ଗାଡିର ଚାଳକମାନେ ଖାଦ୍ୟ କିଛି ଆଣି ଦେଇଥିବା ଚିନ୍ତା କରି  ଚାରି ପଟେ ଘେରିଯିବା ଦେଖିବାକୁ ମିଳୁଛି।

କୋରାପୁଟ ଓ ଜୟପୁର ବନଖଣ୍ଡର ଜୟପୁର-କୋରାପୁଟ ଘାଟି, ସୁଙ୍କି ଘାଟି, ପାତ୍ରପୁର ବ୍ରିଜ୍, ଟାଙ୍ଗିନୀଗୁଡା ଗାଁ ନିକଟରେ ମାଙ୍କଡପଲ ଦେଖିବାକୁ ମିଳୁଛି। ଏପରିକି କୋରାପୁଟ ସହରକୁ ବି ବହୁ ସମୟରେ ମାଙ୍କଡ ପଲ ଆସୁଥିବା ନଜିର ରହିଛି।  

ଏହି ସମୟରେ ରାସ୍ତା ଉପରେ ପୁରା ମାଙ୍କଡ ପଲ ଜମା ହୋଇ ରହିଥିବା ଏବଂ ଖାଦ୍ୟ ମିଳିବା ସମୟରେ ଟଣାଓଟରା ହୋଇ ଅଚନାକ ରାସ୍ତା ଉପରକୁ ପଳାଇ ଆସୁଛନ୍ତି। ଏହି ସମୟରେ  କାର, ଜିପ କିମ୍ବା ବସ ଟ୍ରକ, ବାଇକ ଆଦି ପାସ୍ କରିବା ସମୟରେ ଛୋଟ ବଡ ଦୁର୍ଘଟଣା ହେଉଛି। ଏସମୟରେ ବାଇକରେ ଯାଆସ କରୁଥିବା ଲୋକଙ୍କ ଉପରକୁ ବି ମାଙ୍କଡମାନେ ଡେଇଁବା ଫଳରେ ଭୟଭୀତ ହୋଇ ବାଇକ୍ ଚାଳକମାନେ ଛୋଟ ବଡ ଦୁର୍ଘଟଣାର ଶିକାର ହେଉଛନ୍ତି।  କିଛି  ମାଙ୍କଡଙ୍କୁ ଗୁରୁତର ମାଡ଼ ବାଜି  ଗୁରୁତର ଆହତ ହେବା କିମ୍ବା ମରିଯିବା ଭଳି ଘଟଣା  ନଜିର ରହିଛି।  ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ଏମାନଙ୍କର ଖାଦ୍ୟ ବ୍ୟବସ୍ଥା ବି ପ୍ରଶାସନ କରିବା କଥା। କିନ୍ତୁ ଆଇନ, ଗାଇଡଲାଇନକୁ ଦଳି ମକଚି ଦେଇଛି ପ୍ରଶାସନ। ‘ରାସ୍ତା ଉପରେ ମାଙ୍କଡମାନଙ୍କୁ ଖାଦ୍ୟ ଦିଅନ୍ତୁ ନାହିଁ’ ଲେଖା ଥିବା ବୋର୍ଡ ଖଣ୍ଡେରେ ଟାଙ୍ଗି ଦେଇ ବନବିଭାଗ କାମ ସାରି ଦେଇଛି।

ଏହି ଖବର ପଢ଼ନ୍ତୁ: ରକ୍ଷଣାବେକ୍ଷଣ ଅପେକ୍ଷାରେ ବିରଳ ଐତିହ୍ୟ ସମ୍ପନ୍ନ ଜୈନ କୀର୍ତ୍ତିରାଜି

ତେବେ ଭୋକିଳା ସ୍ଥିତିରେ ଭୋକିଲା ଥିବା ମାଙ୍କଡମାନେ ରାସ୍ତା ଉପରକୁ ପଳାଇ ଅ୍ରାସିବା ସହ ବିସ୍କୁଟ, ପାଉଁରୁଟି ସହ ଚଣା, କଦଳୀ, ପିଜୁଳି ଆଦି ଖାଉଥିବା ଦେଖିବାକୁ ମିଳିଛି। ବହୁ ସମୟରେ ଲୋକେ ଏସବୁ ବିତରଣ କରିବା ମଧ୍ୟରେ ବି ବହୁ ମାଙ୍କଡଙ୍କ ମଧ୍ୟରେ ଟଣାଓଟରା, ମାରପିଟ୍ ହେଉଥିବା ଦେଖିବାକୁ ମିଳିଛି। କୋରାପୁଟ ଓ ଦେଓଘାଟି ଅଂଚଳର ଦୁଇ ଜଣ ବ୍ୟକ୍ତି ସବୁ ଦିନ କୋରାପୁଟ ଘାଟିର ମା’ ଦକ୍ଷିଣକାଳୀ ମନ୍ଦିର ଉପର ଭାଗରେ ଏହି ମାଙ୍କଡପଲ ପାଇଁ ଖାଦ୍ୟ ଆଣି ବିତରଣ କରୁଛନ୍ତି। ଉଭୟ ପହଚିଂବା ମାତ୍ରକେ ମାଙ୍କଡପଲ ତାଙ୍କ ଚାରିପଟେ ଘେରିଯାଉଛନ୍ତି। ଏମାନେ ଖାଦ୍ୟ ବ୍ୟାଗ ଖୋଲି ବିତରଣ କରିବା ପାଇଁ ବି ସେଭଳି ସ୍ବତନ୍ତ୍ର ସ୍ଥାନ ନଥିବାରୁ ରାସ୍ତା ପାର୍ଶ୍ବରେ ହିଁ ବିତରଣ କରୁଥିବା କହିଛନ୍ତି। ମାଙ୍କଡପଲ ଗୁଡିକୁ ନିୟମିତ ଖାଦ୍ୟ ପ୍ରଦାନ ସହ ସେମାନଙ୍କର ସୁରକ୍ଷା କିଭଳି କରାଯାଇ ହେବ ସେ ଦିଗରେ ପ୍ରଶାସନ ସ୍ବତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ ବୋଲି ପରିବେଶବିତ୍ ଓ ପଶୁ ପ୍ରେମୀ ମାନେ ମତ ଦେଇଛନ୍ତି।