ବଲେରୋ-ଟ୍ରକ୍‌ ମୁହାଁମୁହିଁ: ୪ ବରଯାତ୍ରୀ ମୃତ, ୮ଜଣ ଆହତ

Advertisment

ମୃତକଙ୍କ ମଧ୍ୟରେ ୩ ମହିଳା, ଗୁରୁତର ଶିଶୁ ବୁର୍ଲା ସ୍ଥାନାନ୍ତରିତ

ମୃତକଙ୍କ ମଧ୍ୟରେ ୩ ମହିଳା, ଗୁରୁତର ଶିଶୁ ବୁର୍ଲା ସ୍ଥାନାନ୍ତରିତ

ବଲେରୋ-ଟ୍ରକ୍‌ ମୁହାଁମୁହିଁ: ୪ ବରଯାତ୍ରୀ ମୃତ, ୮ଜଣ ଆହତ

କେସିଙ୍ଗା, ବେଲଖଣ୍ଡି: ୨୧୭ ନଂ ଜାତୀୟ ରାଜପଥ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ତୁର୍ଲାଖମନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଯାଇଛି। ଘଟଣାରେ ୮ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ଚମ୍ପା ନାଗ (୪୮), ଯାଜ୍ଞସେନୀ ସୁନା (୩୨), ସୁକୁନ ନାଗ (୬୨) ଓ ସୁଦାମା ସୁବା (୪୮)। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି।ମୃତା ଯାଜ୍ଞସେନୀଙ୍କ ୬ ବର୍ଷର ଝିଅ ମୁସ୍କାନର ଅବସ୍ଥା ଗୁରୁତର ଥିବାରୁ ସେ ବୁର୍ଲାରେ ଚିକିତ୍ସାଧୀନ ରହିଛି। ଅନ୍ୟ ଆହତମାନେ ହେଲେ ବୁଡୁ ନାଗ, ଜିତୁ ହରପାଲ, ସୁନିତା ହରପାଲ, ଚୁମୀ ହରପାଲ, ଶକ୍ତି କୁମାର, ମଦୁରାଇ କୁମାର ଓ ଭକ୍ତ ନନ୍ଦ।

ମିଳିଥିବା ସୂଚନାନୁସାରେ ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଥାନା ସିସକେଲାରୁ ନର୍ଲା ଥାନା ପିପଲପଡ଼ା ଗ୍ରାମକୁ ଏମାନେ ବରଯାତ୍ରୀ ଆସିଥିଲେ। ବିବାହ ଭୋଜିରେ ଯୋଗଦେଇ ସୋମବାର ରାତି ୧ଟାରେ ବଲେରୋରେ ଫେରୁଥିଲେ। ଅନ୍ୟପଟେ କରଲାପଡ଼ା ମଣ୍ଡିରୁ ଏକ ଧାନ ବୋଝେଇ ଟ୍ରକ ମଦନପୁର ରାମପୁର ଆଡକୁ ଯାଉଥିବା ବେଳେ ବଲେରୋ-ଟ୍ରକ୍‌ ମୁହାମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଜୋର୍‌ ଥିଲା ଯେ ଧାନ ବୋଝେଇ ଟ୍ରକ୍‌ ଓଲଟି ପଡ଼ିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ଡାକ୍ତର ସେଠାରେ ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଦୁର୍ଘଟଣାଗ୍ରସ୍ତ ବଲେରୋ (ଓଡି୦୩-ଏମ୍‌୩୧୭୦) ଓ ଟ୍ରକ୍‌ (ସିଜି୦୪୬୫୪୧)କୁ ଜବତ କରି ଅଧିକ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe