ଜୁନ୍‌ ୮ରୁ ୧୨ ଯାଏ ବାଲେଶ୍ବର ପଲ୍ଲିଶ୍ରୀ ମେଳା

ଜୁନ୍‌ ୮ରୁ ୧୨ ଯାଏ ବାଲେଶ୍ବର ପଲ୍ଲିଶ୍ରୀ ମେଳା

ବାଲେଶ୍ବର: ଜିଲ୍ଲା ପ୍ରଶାସନ ଓ ଓର୍‌ମାସ୍‌ ମିଳିତ ସହଯୋଗରେ ଆସନ୍ତା ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ବାଲେଶ୍ବର ଆଇଟିଆଇ ପଡ଼ିଆରେ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମେଳା ଚାଲିବ। ଦୁଇବର୍ଷ ଧରି କରୋନା କଟକଣା ଯୋଗୁଁ ପଲିଶ୍ରୀ ମେଳା ବନ୍ଦ ଥିଲା। ଚଳିତ ବର୍ଷ ଏହାକୁ ଆକର୍ଷିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ମେଳାରେ ମୋଟ ୩୦୦ଟି ଷ୍ଟଲ୍‌ ଖୋଲାଯିବାର ବନ୍ଦୋବସ୍ତ କରାଯାଇଥିବା ବେଳେ ୨ ଶହ ଷ୍ଟଲ୍‌ କେବଳ ମିଶନ ଶକ୍ତିର ରହିବ ବୋଲି ଜଣାପଡ଼ିଛି। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର ଅନେକ କାରିଗର, ମହିଳା ସ୍ବଂୟସହାୟିକା ଗୋଷ୍ଠୀ ଓ ବ୍ୟବସାୟ ପ୍ରତିଷ୍ଠାନ ଅଂଶ ଗ୍ରହଣ କରିବେ। ମୀନା ବଜାରଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମ ପ୍ରତି ସନ୍ଧ୍ୟାରେ ଅନୁଷ୍ଠିତ ହେବ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ରାଫିକ୍‌ ନିୟନ୍ତ୍ରଣ, ପାନୀୟ ଜଳ ବ୍ୟବସ୍ଥା ଓ ଶାନ୍ତି ଶୃଙ୍ଖଳା ପାଇଁ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ କକ୍ଷରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଯୋଗଦେଇ ପଲିଶ୍ରୀ ମେଳା ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ବେହେରା, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଭବେଶ କୁମାର ନାୟକ, ଉପଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମେଳା ପାଇଁ ପ୍ରାଚିରପତ୍ର ଉନ୍ମୋଚନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe