ଆଇସିୟୁରେ ବାଳଗୋପାଳ ମିଶ୍ର

ଆଇସିୟୁରେ ବାଳଗୋପାଳ ମିଶ୍ର

ସମ୍ବଲପୁର: ପୂର୍ବତନ ସାଂସଦ ତଥା ସ୍ବତନ୍ତ୍ର କୋଶଳ ରାଜ୍ୟ ଆନ୍ଦୋଳନର ପୁରୋଧା ବାଳଗୋପାଳ ମିଶ୍ର ଗୁରୁତର ଅସୁସ୍ଥ ଅଛନ୍ତି। ଯକୃତଜନିତ ସମସ୍ୟା କାରଣରୁ ସେ ଗତ ୨୧ ତାରିଖରେ ଭୁବନେଶ୍ବରର କିମ୍‌ସ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଗତ ୨୫ ତାରିଖ ଦିନ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା।

ଏହା ପରଠାରୁ ସ୍ବାସ୍ଥ୍ୟବସ୍ଥା ଜଟିଳ ରହିଛି। ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି ବୋଲି ତାଙ୍କ ପୁତ୍ର ଆକାଶ ମିଶ୍ର ସୂଚନା ଦେଇଛନ୍ତି। ଶ୍ରୀ ମିଶ୍ରଙ୍କ ସମର୍ଥକମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe