ମଦନପୁର ସାନଖଳା ସୁନାମୁଖୀ ପୀଠରେ ପଡ଼ିଲା ବଳି

Advertisment
ମଦନପୁର ସାନଖଳା ସୁନାମୁଖୀ ପୀଠରେ ପଡ଼ିଲା ବଳି

ମଦନପୁର: ମ. ରାମପୁର ବ୍ଲକ ମଦନପୁର ସାନ ଖଳାରେ ବୁଧବାର ସୁନାମୁଖୀ ଯାତ୍ରା ଅନୁଷ୍ଠିତ ହୋଇଛି। ପ୍ରତି ବର୍ଷ ବଲାଙ୍ଗୀର ଶୁଲିଆ ଯାତ୍ରାର ପର ଦିନ ସୁନାମୁଖୀ ଯାତ୍ରା ହୋଇଥାଏ। ସୁନାମୁଖୀ ଯାତ୍ରା ଅବସରରେ ରକ୍ତରଞ୍ଜିତ ହୋଇପଡ଼ିଛି ପୀଠ। ମାନସିକଧାରୀ ପୋଢ଼ ସମେତ ଶତାଧିକ ପଶୁ ଓ ପକ୍ଷୀ ବଳି ଚଢ଼ାଇଛନ୍ତି। ପୁଜାରୀ ଉମାକାନ୍ତ ଭୋଇ ଓ ଦୁର୍ବା ଭୋଇ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।

ଦିହାରି ଯୁଗେଶ୍ୱର ବଣୁଆଁ, ଦୁର୍ବା ଭୋଇ, ଜଟ ପାତ୍ର, ମଧୁ ରଣା, ମକରିଆ ପାତ୍ର ଓ ସହଯୋଗୀ ଲୋଚନ ବାଗଙ୍କୁ କାଲିସୀ ଆସି ମାନସିକଧାରୀଙ୍କ ହାରି ଗୁହାରି ଶୁଣିଥିଲେ। କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ ଜିଲ୍ଲାର ହଜାର ହଜାର ଶ୍ରଦ୍ଧାଳୁ ଏହି ଯାତ୍ରାରେ ସାମିଲ ହୋଇଥିଲେ। ନାଏବ ସରପଞ୍ଚ ବିରାଟ ମୁଣ୍ଡଛିନା, ପୂର୍ବତନ ସରପଞ୍ଚ ଜୟରାମ ମହାନନ୍ଦ, ଭୀମସେନ ଧଙ୍ଗଡ଼ାମାଝୀ, ଯୁବ ଗୋଷ୍ଠୀ ସମେତ ମଦନପୁର କନ୍ଧପଡାବାସୀ ସହଯୋଗ କରିଥିଲେ। ଏହି ଯାତ୍ରା ପରେ ଆସନ୍ତା ୪ ତାରିଖ ଅଲାତରାଠାରେ ସୁନାମୁଖୀ ଯାତ୍ରା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe