ଆଉ ଗୋଟିଏ ଦିନ ବଢ଼ିଲା କଟକର ଐତିହାସିକ ବାଲିଯାତ୍ରା

Advertisment
ଆଉ ଗୋଟିଏ ଦିନ ବଢ଼ିଲା କଟକର ଐତିହାସିକ ବାଲିଯାତ୍ରା

କଟକ :ଗତ ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇଥିବା କଟକର ଐତିହାସିକ ବାଲିଯାତ୍ରା ଏଥର ଆଉ ଗୋଟିଏ ଦିନ ଅଧିକ ଚାଲିବ ବୋଲି ସୂଚନା ମିଳିଛି। ଏହା ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖରେ ଶେଷ ହେବ ବୋଲି ପ୍ରଥମେ କୁହାଯାଇଥିଲା।

ମହାନଦୀର ଗଡ଼ଗଡ଼ିଆ ଘାଟ କୂଳରେ ଆୟୋଜିତ ହୋଇ ଆସୁଥିବା ଦେଶର ଏହି ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟିକ ମେଳା ବାଲିଯାତ୍ରା ଏଥର ଆଠ ଦିନଧରି ଚାଲିବ ବୋଲି ଜଣାଯାଇଥିଲା। ହେଲେ ଆଜି ଜିଲ୍ଲା ପ୍ରଶାସନ ଏହାକୁ ଆଠ ଦିନ ପରିବର୍ତ୍ତେ ନଅ ଦିନ ଚାଲିବ ବୋଲି ସୂଚନା ଦିଆଯାଛି। ଅର୍ଥାତ୍ ଏହା ୧୯ ତାରିଖ ବଦଳରେ ୨୦ ତାରିଖରେ ଶେଷ ହେବ।

publive-image India Travel Spots

ଦେଶର ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟିକ ମେଳା କୁହାଯାଉଥିବା ଏହି ମେଳା ଗତ ବର୍ଷ ପ୍ରଥମ ଥର ପାଇଁ ଦଶ ଦିନ ଚାଲିଥିଲା। ବାଲିଯାତ୍ରା ସର୍ବାଧିକ ୮ଦିନ ଆୟୋଜନର ରେକର୍ଡ ଥିଲେ ବି ଗତ ବର୍ଷ ପ୍ରତିବର୍ଷ ଦଶ ଦିନ ଆୟୋଜନ ନେଇ ଜିଲ୍ଲା ପ୍ରଶାସନ ଘୋଷଣା କରିଥିଲା। କିନ୍ତୁ ତାହା ଏଥର ସମ୍ଭବପର ହୋଇନଥିବା ଜଣାଯାଇଛି। ଫଳରେ ଏଥର ମାତ୍ର ୯ଦିନ ଯାଏଁ ଚାଲିବ କଟକର ଏହି ଐତିହାସକ ବାଲିଯାତ୍ରା। ଏଠାରେ ଏବର୍ଷ ବି ଲୋକଙ୍କ ଭିଡ଼ ଜମୁଥିବା ପରିଲକ୍ଷିତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe