ଗୋଟିଏ ଦିନ ବଢ଼ିଲା ବାଲିଯାତ୍ରା: ସୋନୁଙ୍କ ସଂଗୀତ ଶୁଣିବାକୁ ପଡ଼ିଆରେ ଜନସମୁଦ୍ର

Advertisment

ମଙ୍ଗଳବାର ସନ୍ଧ୍ୟାରେ ବାଲିଯାତ୍ରା ତଳ ପଡ଼ିଆ ପାଲଟିଥିଲା ଜନସମୁଦ୍ର। ବଲିଉଡ୍‌ର ପ୍ରସିଦ୍ଧ କଣ୍ଠଶିଳ୍ପୀ ସୋନୁ ନିଗମ ଥିଲେ ସାଂସ୍କୃତିକ ମଞ୍ଚର ମୁଖ୍ୟ ଆକର୍ଷଣ। ସୋନୁଙ୍କ ସଂଗୀତର ତାଳେତାଳେ ଲୋକ ଝୁମି ଉଠିଥିଲେ।

ମଙ୍ଗଳବାର ସନ୍ଧ୍ୟାରେ ବାଲିଯାତ୍ରା ତଳ ପଡ଼ିଆ ପାଲଟିଥିଲା ଜନସମୁଦ୍ର। ବଲିଉଡ୍‌ର ପ୍ରସିଦ୍ଧ କଣ୍ଠଶିଳ୍ପୀ ସୋନୁ ନିଗମ ଥିଲେ ସାଂସ୍କୃତିକ ମଞ୍ଚର ମୁଖ୍ୟ ଆକର୍ଷଣ। ସୋନୁଙ୍କ ସଂଗୀତର ତାଳେତାଳେ ଲୋକ ଝୁମି ଉଠିଥିଲେ।

dgddgdggdrrrr

କଟକ: ମଙ୍ଗଳବାର ସନ୍ଧ୍ୟାରେ ବାଲିଯାତ୍ରା ତଳ ପଡ଼ିଆ ପାଲଟିଥିଲା ଜନସମୁଦ୍ର। ବଲିଉଡ୍‌ର ପ୍ରସିଦ୍ଧ କଣ୍ଠଶିଳ୍ପୀ ସୋନୁ ନିଗମ ଥିଲେ ସାଂସ୍କୃତିକ ମଞ୍ଚର ମୁଖ୍ୟ ଆକର୍ଷଣ। ସୋନୁଙ୍କ ସଂଗୀତର ତାଳେତାଳେ ଲୋକ ଝୁମି ଉଠିଥିଲେ। କିନ୍ତୁ ଧୀରେ ଧୀରେ ସ୍ଥିତି ଏମିତି ହୋଇଥିଲା ଯେ ଯିଏ ଯେଉଁଠି ଛିଡ଼ା ହୋଇଥିଲେ, ଆଉ ହଲିବାକୁ ବି ଜାଗା ପାଇ ନଥିଲେ। ବହୁ ବିଶିଷ୍ଟ ବ୍ୟକ୍ତି ପରିବାର ସହ ଆଗୁଆ ଆସି ମଞ୍ଚ ସାମନାରେ ବସି ସୋନୁଙ୍କ ସଂଗୀତକୁ ଉପଭୋଗ କରିଥିଲେ। 

ଗଲା ଶୁକ୍ରବାର, କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ଐତିହାସିକ କଟକ ବାଲିଯାତ୍ରା ମହୋତ୍ସବ ଆଜି ପଞ୍ଚମ ଦିନରେ ପହଞ୍ଚି ଥିବା ବେଳେ ଭିଡ଼ ବଢ଼ିବାରେ ଲାଗିଛି। ରବିବାର ଦିନ ପୂରା ପଡ଼ିଆ ଜାମ୍ ହୋଇଯାଇଥିବା ବେଳେ ଆଜିର ଭିଡ଼ ବି ରେକର୍ଡ କରିଛି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ କ୍ରମେ ବାଲିଯାତ୍ରାକୁ ଆଉ ‌ଗୋଟିଏ ଦିନ ବୃଦ୍ଧି କରାଯାଇଛି। ବାଲିଯାତ୍ରା ଶୁକ୍ରବାର ଦିନ ଶେଷ ହେବାକୁ ଥିବା ବେଳେ ତାହାକୁ ଶନିବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆଜି ଗଣକବି ବୈଷ୍ଣବ ପାଣି ମଞ୍ଚ‌ରେ ଜିଲ୍ଲାପାଳ ଦତ୍ତା‌ତ୍ରୟ ଭାଉସାହେବ ସିନ୍ଦେ ଏ ବିଷୟ ଘୋଷଣା କରିଛନ୍ତି। ଏଥର ଅନେକ କ୍ଷେତ୍ରରେ ବାଲିଯାତ୍ରାକୁ ନୂଆ ରୂପ ‌ଦିଆଯାଇଥିବା ବେଳେ ପଡ଼ିଆରେ ବି ଭଲ ବ୍ୟବସାୟ ହେଉଛି। ଓରମାସ୍ ପରିସରରେ ଏଥର ରେକର୍ଡ ବ୍ୟବସାୟ ହୋଇଛି। ଏମିତିକି ଅନେକ ବ୍ୟବସାୟୀଙ୍କ ସାମଗ୍ରୀ ଶେଷ ହୋଇଯାଇଥିବା ବେଳେ ସେମାନେ ପୁଣି ସାମଗ୍ରୀ ଆଣିବାକୁ ଯୋଜନା କରିଛନ୍ତି। ଗଲା ୪ ଦିନରେ କେବଳ ଓରମାସରେ ୪ କୋଟିରୁ ଅଧିକ ‌ଟଙ୍କାର ବ୍ୟବସାୟ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe