ବାଲିଆ ବାଣ ବିସ୍ଫୋରଣ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ପକେଟରେ ଥିବା ୪ ଲକ୍ଷ ଟଙ୍କା ଗଲା କୁଆଡ଼େ?

stock.adobe.com

କଟକ: କେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୦ଟାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଉଦୟ ଭୋଇ। ଏସିବିରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ସୂଚନା ଯୋଗ୍ୟ ଯେ, କେନ୍ଦ୍ରାପଡ଼ା ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ବର ଭସାଣୀ ବେଳେ ବୁଧବାର ବଡ ଅଘଟଣ ଘଟିଥିଲା।

ବାଣ ବିସ୍ଫୋରଣରେ ପ୍ରାୟ ୩୪ ଜଣ ଗୁରୁତର ହୋଇଥିଲେ। କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତରମାନଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଂକଟାପନ୍ନ ହେବାରୁ ୩୪ ଜଣଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ୩ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସାଂଘାତିକ ଥିବାରୁ ସେମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ସେମାନଙ୍କୁ ମଧ୍ୟରୁ ଶୁକ୍ରବାର ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଗୁରୁତରମାନଙ୍କୁ ଚିକିତ୍ସା କରିବା ପାଇଁ ଏସସିବିରେ ସର୍ଜରୀ ଓ ପ୍ଲାଷ୍ଟିକ ସର୍ଜରି ବିଭାଗ ଡାକ୍ତରଙ୍କୁ ନେଇ ୧୦ ଜଣିଆ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe