ପ୍ରବଳ ଛେଚିଲା: ୨୪ ଘଣ୍ଟାରେ ବାଲିଗୁଡ଼ାରେ ୧୩୫ ମିମି ବର୍ଷା ରେକର୍ଡ

ପ୍ରବଳ ଛେଚିଲା: ୨୪ ଘଣ୍ଟାରେ ବାଲିଗୁଡ଼ାରେ ୧୩୫ ମିମି ବର୍ଷା ରେକର୍ଡ

ଭୁବନେଶ୍ବର/ବାଲିଗୁଡ଼ା: ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ବର୍ଷା ଲାଗି ରହିଛି। ଗତ ଶୁକ୍ରବାର ଠାରୁ ପଶ୍ଚିମାଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଏଠାରେ ସର୍ବାଧିକ ୧୩୫ମିମି ବର୍ଷା ରେକର୍ଡ ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ବରଗଡ଼ ଜିଲ୍ଲା ଅତାବିରାରେ ଦ୍ବିତୀୟ ସର୍ବାଧିକ (୧୨୪.୪ମିମି) ବ‌ର୍ଷା ହୋଇଛି। ସେହିପରି ସମ୍ବଲପୁର ଜିଲ୍ଲା ଯୁଯୁମୁରାରେ ୧୨୦, ବାମରା ଓ ସମ୍ବଲପୁରରେ ୧୧୪.୪ ଲେଖାଏଁ, ସୁନ୍ଦରଗଡ଼ରେ ୧୧୨.୨, କନ୍ଧମାଳର ଫିରିଙ୍ଗିଆରେ ୧୦୫.୪, ଝାରସୁଗୁଡ଼ା ଜିଲ୍ଲା ଲଇକେରାରେ ୧୦୩.୪, ବୌଦ୍ଧ ଜିଲ୍ଲା କଣ୍ଟାମାଳରେ ୮୨.୨, କନ୍ଧମାଳ ଜିଲ୍ଲା କୋଟଗଡ଼ରେ ୮୦, କେ ନୂଆଗାଁରେ ୭୫.୨, ସୁନ୍ଦରଗଡ଼ ଜିଲ୍ଲା କୁତ୍ରାରେ ୭୨.୨, ସମ୍ବଲପୁର ଜିଲ୍ଲା ଧନକଉଡ଼ାରେ ୭୧ ଓ କନ୍ଧମାଳ ଜିଲ୍ଲା ଫୁଲବାଣୀରେ ୬୬ ମିମି ବର୍ଷା ରେକର୍ଡ ହୋଇଛି।

ତେବେ ମୋଟା‌ମୋଟି ଭାବେ କିହବାକୁ ଗଲେ ବିଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ସୁନ୍ଦରଗଡ଼ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe