ଏନ୍‌ଜିଟିଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ୩୪ ଏକରରେ ସୀମିତ ରହିବ ବାଲିଯାତ୍ରା

Advertisment
ଏନ୍‌ଜିଟିଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ୩୪ ଏକରରେ ସୀମିତ ରହିବ ବାଲିଯାତ୍ରା

କଟକ : ମହାନଦୀ ପଠା ପୋତାଯିବା ଘଟଣାକୁ ବିରୋଧ କରି ଜାତୀୟ ଗ୍ରିନ୍ ଟ୍ରିବୁନାଲ୍‌ (ଏନ୍‌ଜିଟି)ରେ ଦାୟର ମାମଲାର ରାୟ ପ୍ରକାଶ ପାଇଛି। ଏନ୍‌ଜିଟି ବାଲିଯାତ୍ରା ଆୟୋଜନ ପ୍ରସଂଗରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ବାଲିଯାତ୍ରା ଆୟୋଜନକୁ ଯଦିଓ ଅନୁମତି ମିଳିଛି କିନ୍ତୁ ୩୪ଏକର ପରିମିତ ବାଲିଯାତ୍ରା ପଡ଼ିଅାର ଅାଉ ସଂପ୍ରସାରଣ ହୋଇପାରିବ ନାହିଁ। ଏହା ବାହାରେ ବାଲିଯାତ୍ରା ପଡ଼ିଆ ସଂପ୍ରସାରଣ କରାଯିବ ନାହିଁ, ପଡ଼ିଆରେ କଂକ୍ରିଟ ନିର୍ମାଣ ହେବ ନାହିଁ। ଅବଶିଷ୍ଟ ୩୯୨ ଏକର ଜମି ଉପରେ ଜଙ୍ଗଲ ସୃଷ୍ଟି ଉପରେ ଏନଜିଟି ଗୁରୁତ୍ବାରୋପ କରିଛନ୍ତି।

publive-image Sambad

ମହାନଦୀ ଶଯ୍ୟାକୁ ବେଆଇନ ଭାବେ ଏନ୍‌ଜିଟିର ଗାଇଡଲାଇନ୍‌ ଉଲ୍ଲଘଂନ କରି ପୋତା ଯାଇଛି ବୋଲି ଦର୍ଶାଇ ଜାତୀୟ ଗ୍ରୀନ୍‌ ଟ୍ରିବୁନାଲ୍‌ରେ ପରିବେଶବିତ୍‌ ବିଶ୍ବଜିତ ମହାନ୍ତି ଓ ଆଇନଜୀବୀ ପ୍ରଦୀପ ପଟ୍ଟନାୟକ ଦୁଇଟି ପୃଥକ୍‌ ମାମଲା ଦାୟର କରିଥିଲେ। ଏନ୍‌ଜିଟି ମାମଲାର ଶୁଣାଣି କରି ଏକ ୭ଜଣିଆ ବିଶେଷଜ୍ଞ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କମିଟି ମହାନଦୀ ପଠା ଓ ବାଲିଯାତ୍ରା ପଡ଼ିଆ ପରିଦର୍ଶନ କରି ଏନ୍‌ଜିଟିରେ ରିପୋର୍ଟ ଦାଖଲ କରିଥିଲା। ରିପୋର୍ଟରେ ମହାନଦୀ ପଠା ପୋତାଯିବା ଯୋଗୁଁ କଟକ ଉପକଣ୍ଠରେ ଥିବା ୩୮ଟି ଗ୍ରାମକୁ ବନ୍ୟା ବିପଦ ରହିଛି ବୋଲି ଉଲ୍ଲେଖ କରାଯାଇଥିଲା। ଏଥିସହିତ ମହାନଦୀ ପଠାର ଯେଉଁ ୪୨୬ ଏକର ଜମି ପୋତା ଯାଇଛି, ସେଠାରୁ ବାଲି କାଢି ପୂର୍ବ ଅବସ୍ଥା ଫେରାଇ ଆଣିବା ପାଇଁ କମିଟି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଅଞ୍ଚଳରେ ସବୁଜ ବଳୟ ସୃଷ୍ଟି ଦ୍ବାରା ମହାନଦୀର ଜଳ ପ୍ରବାହ ପୂର୍ବାବସ୍ଥାକୁ ଫେରି ଆସିବ ବୋଲି କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe