ଝାରସୁଗୁଡ଼ା : ବାହାଘର ଭୋଜିରେ ବେଲୁନ୍ରେ ଗ୍ୟାସ୍ ଭରୁଥିବା ବେଳେ ଟାଙ୍କି ଫାଟିବାରୁ ବେଲୁନବାଲାର ମୃତ୍ୟୁ ଘଟିଛି। ଘଟଣାଟି ଶୁକ୍ରବାର ଦିନ ଝାରସୁଗୁଡ଼ା ଜିଲ୍ଲା କିରମିରା ବ୍ଲକ ପାନପାଲି ପଞ୍ଚାୟତ ଅନ୍ତର୍ଗତ ଅଘରିଆ ବାଗଡିହି ଗାଁରେ ଘଟିଛି। ଏହି ଗାଁର ପ୍ରଦୀପ ପଟେଲଙ୍କ ପୁଅ ବାହାଘର ଭୋଜି ସ୍ଥାନକୁ ବେଲୁନ୍ରେ ସଜା ଯାଉଥିଲା। ଏହି ସମୟରେ ଗ୍ୟାସ୍ ଭରିବା ପାଇଁ ବ୍ୟବହୃତ ଟାଙ୍କିଟି ଫାଟି ଯାଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବେଲୁନ୍ ବାଲାର ଦୁଇଟି ଯାକ ଗୋଡ଼ ଜଙ୍ଘ ପାଖରୁ ଛିଣ୍ଡି ଯାଇଥିଲା। ଗୁରତର ଅବସ୍ଥାରେ ଝାରସୁଗୁଡ଼ା ଅଣାଯାଉଥିବା ବେଳେ ବାଟରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା। ମୃତ ବେଲୁନ ବାଲାଙ୍କ ନାଁ ଏସ୍କେ. ଆସ୍ଲାମ୍ (୨୬)। ତାଙ୍କ ଘର ରାଉରକେଲାରେ ବୋଲି ଜଣାପଡ଼ିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us