ବଲାଙ୍ଗୀର ଗସ୍ତରେ ଅସିତ ତ୍ରିପାଠୀ: ଗାନ୍ଧୀ ଷ୍ଟାଡିୟମ ଗ୍ୟାଲେରି ଓ ମେଡିକାଲ କଲେଜ ଷ୍ଟାଡ଼ିୟମର ଶିଳାନ୍ୟାସ

Advertisment
ବଲାଙ୍ଗୀର ଗସ୍ତରେ ଅସିତ ତ୍ରିପାଠୀ: ଗାନ୍ଧୀ ଷ୍ଟାଡିୟମ ଗ୍ୟାଲେରି ଓ ମେଡିକାଲ କଲେଜ ଷ୍ଟାଡ଼ିୟମର ଶିଳାନ୍ୟାସ

ବଲାଙ୍ଗୀର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ବୁଧବାର ବଲାଙ୍ଗୀର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜର ଫୁଟବଲ ପଡ଼ିଆ ଓ ଷ୍ଟାଡ଼ିୟମ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ‌ସେହିପରି ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିୟମଠାରେ ପାଭିଲିଅନ୍‌ ଓ ଗ୍ୟାଲେରି ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଗା‌ନ୍ଧୀ ଷ୍ଟାଡ଼ିୟମର ବିକାଶ ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଏବଂ ଜିଲ୍ଲା ଏଥେଲେଟିକ୍‌ ଆସୋସିଏସନ୍‌କୁ ନିର୍ଦେଶ ଦେବା ସହ ୨.୪ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ।

ଏହାକୁ ଏକ ଆଦର୍ଶ ଷ୍ଟାଡ଼ିୟମରେ ପରିଣତ କରାଯିବ ବୋଲି ମଧ୍ୟ କହିଥିଲେ। ପରେ ସରକାରୀ ଆଇଟିଆଇ ପଲିଟେକନିକରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଏହା ସହିତ ଲର୍କିପାଲି ଡାଏରି ଫାର୍ମ ଏବଂ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଛକଠାରେ ଓମଫେଡ ପାର୍ଲରର ଉଦ୍‌ଘାଟନ କରିଥିଲେ। ସନ୍ଧ୍ୟାରେ ବଲାଙ୍ଗୀର କୋଶଲ କଳା ମଣ୍ତଳ ପଡ଼ିଆ ଠାରେ ଚାଲିଥିବା ଲୋକକଳା ଉତ୍ସବର ଦ୍ବିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe