ପୁଣି ଜଳିଲା ବାଲୁଖଣ୍ଡ ଅଭୟାରଣ୍ୟ

Advertisment

୩ ମାସରେ ତୃତୀୟ ଘଟଣା, ୩ ଏକର ଜଙ୍ଗଲ ସଂପୂର୍ଣ୍ଣ ଜଳିଗଲା

୩ ମାସରେ ତୃତୀୟ ଘଟଣା, ୩ ଏକର ଜଙ୍ଗଲ ସଂପୂର୍ଣ୍ଣ ଜଳିଗଲା

ପୁଣି ଜଳିଲା ବାଲୁଖଣ୍ଡ ଅଭୟାରଣ୍ୟ

ପୁରୀ/କୋଣାର୍କ : ପୁଣିଥରେ ବାଲୁଖଣ୍ଡ ଅଭୟାରଣ୍ୟ ଆଜି ହୁତ୍‌ହୁତ ହୋଇ ଜଳିଛି। ନିଆଁର ପ୍ରକୋପ ଏତେ ଥିଲା ଯେ କେଇ ଘଣ୍ଟା ଭିତରେ ଏହା ପ୍ରାୟ ୩ ଏକର ଜଙ୍ଗଲକୁ ଜାଳିପୋଡ଼ି ପାଉଁଶ କରି ଦେଇଛି। ଏହାଦ୍ବାରା କେତେ ବନ୍ୟଜନ୍ତୁ ମୃତାହତ ହୋଇଛନ୍ତି ଜଣାପଡ଼ି ନ ଥିଲେ ବି ହରିଣ, କୁଟୁରା ଭଳି ଅନେକ ବନ୍ୟଜନ୍ତୁ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି।

ସୂଚନା ଅନୁସାରେ, ବାଲୁଖଣ୍ଡ ଅଭୟାରଣ୍ୟର ରାମଚଣ୍ଡୀ ଥାନା ପଛପାର୍ଶ୍ବ ଓ କୁରୁଜଙ୍ଗ ସେକ୍ସନ୍‌ ଅଧୀନ ମାଗୁର ଚତରା ଓ ହରିଣ ଚତରାରେ ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ଗ୍ରାମବାସୀ ଓ ଅଗ୍ନିଶମ ବିଭାଗ ପକ୍ଷରୁ ୩ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁ ଆୟତ୍ତକୁ ଆସିଛି। ତେବେ ଏ ସଂପର୍କରେ ଡିଏଫ୍‌ଓ ପି. ରାମସ୍ବାମୀ ଜାଣି ନଥିବା କହିଛନ୍ତି। ଅନେକ ସମୟରେ ଲୋକେ ଜଙ୍ଗଲ ଭିତରେ ଭୋଜି କରି ଏଭଳି ନିଆଁ ଲଗାଇ ଦେଉଥିବା ଡିଏଫ୍‌ଓ ଶ୍ରୀ ରାମସ୍ବାମୀ କହିଛନ୍ତି। ଅନ୍ୟପକ୍ଷରେ, ୩ମାସରେ ଏହା ହେଉଛି ତୃତୀୟ ଘଟଣା। ତେବେ, ଏଭଳି ଘଟଣା ବନ ବିଭାଗ ଜାଣି ନ ପାରିବା ଦୁର୍ଭାଗ୍ୟଜନକ ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe