ବାମଣ୍ଡା କପ୍‌ କ୍ରିକେଟ୍: ଟାଇଗର ସମ୍ବଲପୁର ଚାମ୍ପିଅନ୍

Advertisment
ବାମଣ୍ଡା କପ୍‌ କ୍ରିକେଟ୍: ଟାଇଗର ସମ୍ବଲପୁର ଚାମ୍ପିଅନ୍

ଦେବଗଡ଼: ସ୍ଥାନୀୟ ଇନ୍ଦିରା ଗାନ୍ଧି ଷ୍ଟାଡିୟମରେ ବାମଣ୍ଡା କ୍ରିକେଟ କ୍ଲବ ପକ୍ଷରୁ ୨୩ ତାରିଖରୁ ଚାଲିଥିବା ୩୨ତମ ବାମଣ୍ଡା କପ୍‌ କ୍ରିକେଟ ପ୍ରତିଯୋଗିତା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଆଜି ଆଭାର ଟାଇଗର ସମ୍ବଲପୁର ଓ ପ୍ରଗରେସିଭ ଝାରସୁଗୁଡା ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା। ସମ୍ବଲପୁର ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ ହରାଇ ୨୦୩ ରନ କରିଥିଲା। ଦଳ ପକ୍ଷରୁ ଋଷି ମେହେର ୬୪, ଅବିନାଶ ନନ୍ଦ ୩୭, ସୟଦ ଜେକି ୩୧ ଓ ସେଖ୍‌ ଜାହାଙ୍ଗିର ୨୩ ରନ କରିଥିଲେ। ଝାରସୁଗୁଡା ଦଳର ପୁଷ୍କର ରାଜ ୩ଟି ୱିକେଟ ନେଇଥିଲେ। ଜବାବରେ ଝାରସୁଗୁଡ଼ା ଦଳ ବ୍ୟାଟିଂ କରି ୧୮.୧ ଓଭରରେ ସମସ୍ତ ୱିକେଟ ହରାଇ ୧୦୬ ରନ କରିବା ଫଳରେ ୯୭ ରନ୍‌ରେ ପରାସ୍ତ ହୋଇଥିଲା।

ଦଳ ପକ୍ଷରୁ ଉମେଶ ଗୌତମ ୨୦ ଓ ଧନଞ୍ଜୟ ଯାଦବ ୧୮ ରନ୍‌ କରିଥିବା ବେଳେ ସମ୍ବଲପୁର ଦଳର ଅବିନାଶ ନନ୍ଦ ୩ଟି ୱିକେଟ ନେଇଥିଲେ। ମ୍ୟାଚରେ ସତ୍ୟ ପ୍ରସାଦ ରଥ ଓ ସଂଜୟ ନାୟକ ଅମ୍ପାୟାର ଥିଲେ। ରୋମି ନାୟକ ଓ ରିତିକ ଦେହୁରୀ ସ୍କୋରର ଥିବା ବେଳେ ରମାକାନ୍ତ ପ୍ରଧାନ ଧାରାବିବରଣୀ ଦେଇଥିଲେ। କ୍ଲବ ସଭାପତି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଦେବଗଡ଼ ଏସ୍‌ପି ପ୍ରମୋଦ ରଥ ଓ ଡିଏଫଓ ମଗର ଧାନାଜୀ ରାଓସୋ ଅତିଥି ଭାବେ ଯୋଗ ଦେଇ ଉଭୟ ଦଳକୁ ପୁରସ୍କୃତ କରିଥିଲେ। ସେହିପରି ସମ୍ବଲପୁର ଦଳର ଅବିନାଶ ନନ୍ଦଙ୍କୁ ମ୍ୟାନ ଅଫ ଦି ମ୍ୟାଚ, ମ୍ୟାନ୍‌ ଅଫ୍‌ ଦି ସିରିଜ୍‌, ଶ୍ରେଷ୍ଠ ବୋଲର ଏବଂ ଋଷି ମେହେରଙ୍କୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ପୁରସ୍କାର ଦେଇଥିଲେ।

ଏହା ସହିତ ବାମଣ୍ଡା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଦୀର୍ଘ ୨୬ ବର୍ଷ ଧରି ଅମ୍ପାୟାରିଂ କରିଥିବା ପରାଶର ବିଶ୍ୱାଳଙ୍କୁ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କ୍ଲବ୍‌ ଉପସଭାପତି ଅଶୋକ ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ଇଂ. ସୁଜିତ ପ୍ରଧାନ ସ୍ୱାଗତ ଭାଷଣ, ଅନ୍ୟତମ ଉପସଭାପତି ସତ୍ୟ ନାରାୟଣ ପାଣି ଅତିଥି ପରିଚୟ ଦେଇଥିଲେ। ମୋତିଲାଲ ଶର୍ମା ଧନ୍ୟବାଦ ଦେଇଥିଲେ। କ୍ଲବର ସଦସ୍ୟ ନବୀନ ପାଣି, ପ୍ରଭାତ ପ୍ରଧାନ, ପ୍ରଫୁଲ୍ଲ ନାୟକ, ପ୍ରଶାନ୍ତ ଖଡ଼ିରତ୍ନ, ବସନ୍ତ ବେହେରା, ବେଣୁଧର ଗଡ଼ନାଏକ, ଅଭୟ ନନ୍ଦ, ସନ୍ତୋଷ ଦେବତା, ଜୟନ୍ତ ସାହୁ, ପ୍ରଦ୍ୟୁମ୍ନ ଭୁକ୍ତା, ଭୋଳାନାଥ ଦାସ, କ୍ଷୀରୋଦ ବେହେରା, ଅଶୋକ ଅଗ୍ରୱାଲ, ଚିତ୍ତ ରଞ୍ଜନ ଦାସ, ଅଶୋକ ନାଏକ, ସୁଶୀଳ ନାୟକ, ହରେକୃଷ୍ଣ ସାହୁ, ପ୍ରଭାତ ନନ୍ଦ, ଦିଲୀପ ବେହେରା, ଦୁର୍ଯ୍ୟୋଧନ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe