ବେକରେ ବାଉଁଶ ପଶି ଯୁବକ ଗୁରୁତର, କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର

Advertisment
ବେକରେ ବାଉଁଶ ପଶି ଯୁବକ ଗୁରୁତର, କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର

ବ୍ୟାସନଗର : ଯାଜପୁର ରୋଡ୍‌ ଥାନା ବ୍ୟାସନଗର ଚୋରଦା ମାଛ ମାର୍କେଟ ନିକଟରେ ଜଣେ ବାଇକ୍‌ ଆରୋହୀଙ୍କ ବେକରେ ବାଉଁଶ ପଶିଯିବାରୁ ସେ ଗୁରୁତର ହୋଇଛନ୍ତି। ଆହତ ଯୁବକ ହେଉଛନ୍ତି  ଯାଜପୁର ସଦର ଥାନା ଗାନ୍ଧୀଛକର ରୁଦ୍ର ମିଶ୍ର (୩୮)ବୋଲି ଜଣାପଡ଼ିଛି। ସେ ଯାଜପୁର ଜିଲ୍ଲା ପ୍ରଶାସନର ଓଏସଡି ସୁଦର୍ଶନ ମିଶ୍ରଙ୍କ ପୁଅ ବୋଲି ଜଣାପଡ଼ିଛି।

ବୁଧବାର ମଧ୍ୟାହ୍ନରେ ରୁଦ୍ର କୌଣସି କାମରେ ବାଇକ୍‌ରେ କଳିଙ୍ଗନଗରକୁ ଯାଉଥିଲେ। ମିଳିଥିବା ସୂଚନା ଅନୁସାରେ ଚୋରଦା ଛକ ନିକଟରେ ଏକ ବାଉଁଶ ବୋଝେଇ ଟ୍ରକ ବାଉଁଶ ଖାଲି କରୁଥିଲା। ଗାଡ଼ି ଚାଳକଙ୍କ କୌଣସି ଭୁଲ ଯୋଗୁଁ ପଛରେ ଆସୁଥିବା ରୁଦ୍ରଙ୍କ ବେକରେ ବାଉଁଶଟି ଗଳିଯାଇଥିଲା। ସେ ପଡ଼ିଯିବା ସହ ତାଙ୍କ ବେକରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଯାଜପୁର ରୋଡ୍‌ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କଲାପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ବାଉଁଶ ପରିବହନରେ ଅସାବଧାନତା ପାଇଁ ଏଭଳି ଅନେକ ଅଘଟଣ ଘଟୁଥିବା ନଜିର ରହିଛି। ଏଥିପ୍ରତି ପୁଲିସ ପ୍ରଶାସନ ଦୃଷ୍ଟି ଦେଉ ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe