ଆଡ଼ପ ମଣ୍ଡପକୁ ବିଜେ କଲେ ଚତୁର୍ଦ୍ଧା ମୂର୍ତ୍ତି : ବନକ ଲାଗି ନୀତି ଯୋଗୁଁ ମଙ୍ଗଳବାର ରାତି ୮ଟାରୁ ବନ୍ଦ ରହିବ ଦର୍ଶନ

ଆଡ଼ପ ମଣ୍ଡପକୁ ବିଜେ କଲେ ଚତୁର୍ଦ୍ଧା ମୂର୍ତ୍ତି : ବନକ ଲାଗି ନୀତି ଯୋଗୁଁ ମଙ୍ଗଳବାର ରାତି ୮ଟାରୁ ବନ୍ଦ ରହିବ ଦର୍ଶନ

ପୁରୀ : ସୋମବାର ରଥାରୁଢ଼ ଶ୍ରୀଜିଉଙ୍କୁ ଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପକୁ ବିଜେ କରିଛନ୍ତି । ସୋମବାର ସନ୍ଧ୍ୟା ଧୂପ ସରିବା ପରେ ଘୋଡାଫିଟା, ଚାରମାଳ ବନ୍ଧା, ପୁଷ୍ପାଞ୍ଜଳି ହେବା ପରେ ମହାପ୍ରଭୁ ଗୋଟି ପହଣ୍ଡିରେ ଆଡପମଣ୍ଡପକୁ ବିଜେ କରିଛନ୍ତି । ପ୍ରଥମେ ସଂଧ୍ୟା ୬ଟା ବେଳେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଆରମ୍ଭ କରାଯାଇଥିଲା । ଏହାପରେ ମା’ ସୁଭଦ୍ରା, ବଡ଼ଭାଇ ବଳଭଦ୍ର ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କର ପହଣ୍ଡି ଅନୁଷ୍ଠିତ ହେରଇଛି । ମଙ୍ଗଳବାର  ଶ୍ରୀଜିଉମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ ତେଣୁ ରାତି ୮ଟାରୁ ନୀତି ଶେଷ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ଜଣାପଡ଼ିଛି। ଆସନ୍ତାକାଲିଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ଚତୁର୍ଦ୍ଧା ମୂର୍ତ୍ତି ଗୁଣ୍ଡିଚା ମନ୍ଦିର ଜନ୍ମବେଦିରେ ରହିବେ। ସେଠାରେ ଭକ୍ତଙ୍କୁ ଦର୍ଶନ ଦେବେ। ମଙ୍ଗଳବାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡପ ଅବଢା ବାହାରିବ। ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବଢା ପାଇପାରିବେ।

publive-image

ରାଥଯାତ୍ରା ଦିନ ସିଂହଦ୍ଵାରରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଧରି ବାହାରିଥିବା ତିନି ରଥ ମଧ୍ୟରୁ ବଡ ଠାକୁରଙ୍କ ତାଳଧ୍ୱଜ, ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ଶରଧାବାଲିରେ ଲାଗିଥିବା ବେଳେ ନନ୍ଦିଘୋଷ ରଥ ଅଟକି ରହିଥିଲେ। ଶନିବାର ରାତିସାରା ତିନି ରଥରେ ଭକ୍ତଙ୍କ ଗହଳି ଲାଗି ରହିଥିଲା। ରବିବାର ସକାଳେ ମଙ୍ଗଳଆଳତି ସରିବା ପରେ ପୂର୍ବାହ୍ନ ୯ଟା୫ରେ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ଓ ପୁଲିସ ନନ୍ଦିଘୋଷ ରଥକୁ ଟାଣି ନେଇଥିଲେ। ମାତ୍ର ୩୫ ମିନିଟ ଭିତରେ ରଥ ଶରଧାବାଲିରେ ଲାଗିଥିଲା। ଶରଧାବାଲିରେ ରବିବାର ମହାପ୍ରଭୁଙ୍କ ସମସ୍ତ ଦୈନନ୍ଦିନ ନୀତି ସଂପନ୍ନ ହୋଇଥିଲା। ପ୍ରବଳ ବର୍ଷା ଯୋଗୁ ବଡଦାଣ୍ଡରେ ପାଣି ଜମି ରହିଥିବାରୁ ନଳା-ବର୍ଷା ପାଣି ଏକାକାର ହୋଇ ଯାଇଥିଲା। ଆବର୍ଜନା ପାଣିରେ ପଶି ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଉଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe