ବନକଲାଗି ନୀତି ବିବାଦ: ନୀତି ସବକମିଟି ବୈଠକରୁ ବାହାରିଲାନି ନିଷ୍କର୍ସ, ପରବର୍ତ୍ତୀ ଆଲୋଚନାରେ ହୋଇପାରେ ସମାଧାନ

Advertisment
ଆଜି ବନକଲାଗି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ: ମହାପ୍ରଭୁଙ୍କ ଗୁରୁତ୍ବପୂର୍ଣ୍ଣ ନୀତି ‘ବନକଲାଗି’ ପାଇଁ ଶୁକ୍ରବାର ଅନୁଷ୍ଠିତ ବୈଠକରେ କୌଣସି ନିଷ୍କର୍ସ ବାହାରିପାରି ନାହିଁ। ଆଜିର ବୈଠକରୁ କୌଣସି ନିଷ୍କର୍ସ ବାହାରି ନଥିବାରୁ ଆଗାମୀ ଅଗଷ୍ଟ ୧ ତାରିଖରେ ଆୟୋଜିତ ହେବାକୁ ଥିବା ପରିଚାଳନା ବୈଠକରେ ନିଷ୍ପତ୍ତି ଚୂଡାନ୍ତ ହେବ ବୋଲି ଆଶା କରାଯାଉଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମହାପ୍ରଭୁଙ୍କ ବନକଲାଗି ପାଇଁ ବାର ବିବାଦ ଦେଖାଯାଇଛି, ଯେଉଁଥି ପାଇଁ ନିଷ୍କର୍ସ ବାହାରି ପାରି ନାହିଁ। କିନ୍ତୁ ବନକଲାଗି ନୀତି କରିବାକୁ ସେବାୟତଙ୍କୁ ଅନୁରୋଧ କରାଯାଇଛି। ବୁଧବାର ବନକଲାଗି ନୀତି କରିବା ଶାସ୍ତ୍ର ସମ୍ମତ।

ଅନ୍ୟପଟରେ ବନକଲାଗିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ସେବକଙ୍କ ବିବାଦ ପରେ ଶ୍ରୀମନ୍ଦିରରେ ଏକପ୍ରକାର ଅଚଳାବସ୍ଥା ଦେଖାଦେଇଛି। ନୀଳାଦ୍ରି ବିଜେକୁ ୨୭ ଦିନ ବିତିଯାଇଥିଲେ ବି ମହାପ୍ରଭୁଙ୍କ ବନକଲାଗି ହୋଇପାରିନାହିଁ। ଶ୍ରୀମନ୍ଦିର ପ୍ରଶାସନକୁ ହେୟଜ୍ଞାନ କରି ଚାଲିଛନ୍ତି ଦତ୍ତ ମହାପାତ୍ର ସେବକ। ବୁଧବାର ପ୍ରଶାସନ ବନକଲାଗି କରିବାକୁ ଚାହୁଁଥିବା ବେଳେ ଦତ ମହାପାତ୍ର ସେବକ ରାଜି ହୋଇନଥିଲେ। ପରେ ଗୁରୁବାର ବନକଲାଗି ନୀତି କରିବାକୁ ଦତ୍ତ ମହାପାତ୍ର ସେବକ ଇଛା ପ୍ରକାଶ କରିଥିଲେ। ହେଲେ ପ୍ରଶାସନର ନିଷ୍ପତ୍ତି ନମାନିବା ଯୋଗୁ ଏପର୍ଯ୍ୟନ୍ତ ବନକଲାଗି ନୀତି ହୋଇପାରିନାହିଁ । ଆସନ୍ତା ବୁଧବାର ବନକଲାଗି କରିବାକୁ ଦତ୍ତମହାପାତ୍ର ସେବକ ଲିଖିତ ପ୍ରତିଶ୍ରୁତି ଦେଲେ, ବନକଲାଗି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe