ଆଜି ମହାପ୍ରଭୁଙ୍କ ବନକଲାଗି

Advertisment

ଦକ୍ଷିଣମୋଡ଼ ପାଇଁ କ୍ଷେତ୍ର ପ୍ରସ୍ତୁତି, ଶରଧାବାଲିରେ ବିଛାଗଲା ବାଲି

ଦକ୍ଷିଣମୋଡ଼ ପାଇଁ କ୍ଷେତ୍ର ପ୍ରସ୍ତୁତି, ଶରଧାବାଲିରେ ବିଛାଗଲା ବାଲି

ଆଜି ମହାପ୍ରଭୁଙ୍କ ବନକଲାଗି

ପୁରୀ : ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଗୁରୁବାର ବନକଲାଗି ନୀତି ଅନୁଷ୍ଠିତ ‌ହେବ। ଗୁରୁବାର ରାତିରୁ ଏହି ନୀତିକାନ୍ତି ଆରମ୍ଭ ହେବ। ଶ୍ରୀମନ୍ଦିର ପ୍ରଶାସନର ସୂଚନା ମୁତାବକ, ହେରାପଞ୍ଚମୀ ପୂର୍ବଦିନ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଥାଏ। ଏହି ପରମ୍ପରା ଅନୁଯାୟୀ ଆସନ୍ତାକାଲି ସଂଧ୍ୟା ଧୂପ ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ। ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାରରେ କସ୍ତୁରୀ, କେଶର, ହରତାଳ, ହିଂଗୁଳ ଆଦିର ମିଶ୍ରଣକୁ ଲାଗି କରାଯାଇ ବନକଲାଗି ଜରିଆରେ ଏହି ନୀତିକୁ ଶେଷ ସ୍ପର୍ଶ ଦିଆଯିବ। ପ୍ରାୟ ୬ ଘଣ୍ଟା ଧରି ବନକଲାଗି ନୀତି ଅନୁଷ୍ଠିତ ହେବ।

ଦକ୍ଷିଣମୋଡ଼ ପାଇଁ କ୍ଷେତ୍ର ପ୍ରସ୍ତୁତି, ଶରଧାବାଲିରେ ବିଛାଗଲା ବାଲି
ପୁରୀ : ଗତକାଲିଠାରୁ ଚତୁର୍ଦ୍ଧାବିଗ୍ରହ ଜନ୍ମବେଦିରେ ବିଜେ ହୋଇଛନ୍ତି। ବୁଧବାର ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଆଡ଼ପ ଭୋଗ ଲାଗି ହୋଇଥିଲା। ଏହାପରେ ଆସନ୍ତା ୧୭ ତାରିଖ ଦିନ ରଥକୁ ଦକ୍ଷିଣମୋଡ଼ କରାଯିବ। ଏଥିପାଇଁ ପ୍ରଶାସନ ପକ୍ଷରୁ କ୍ଷେତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେ‌ଷ କରି ରଥଗୁଡ଼ିକୁ ଦକ୍ଷିଣମୋଡ଼ କରିବା ପାଇଁ ବାଲିର ଆବଶ୍ୟକତା ପଡ଼ିଥାଏ। ରଥଯାତ୍ରା ପୂର୍ବରୁ ଶରଧାବାଲିରୁ ପୁରୁଣା ବାଲିକୁ ହଟାଇ ଦିଆଯାଇଥିଲା। ଆଜିଠାରୁ ଟ୍ରକ୍‌ ଟ୍ରକ୍‌ ବାଲି ବୁହାଯାଇ ବଡ଼ଦାଣ୍ଡରେ ଗଦା କରି ବିଛା ଗଲାଣି। ଆସନ୍ତା ୧୬ ତାରିଖ ଦିନ ହେରା ପଞ୍ଚମୀ ତିଥିରେ ମହାଲକ୍ଷ୍ମୀଙ୍କର ରଥଭଙ୍ଗା ନୀତି ସରିବା ପରେ ଦକ୍ଷିଣମୋଡ଼ ନୀତି କରାଯିବ।

ଗତ ୧୨ ତାରିଖ ଦିନ ରଥଯାତ୍ରା ଅନୁଷ୍ଠିତ ହେବା ପରେ ଗତକାଲି ଅପରାହ୍ନରେ ଶ୍ରୀଜିଉମାନଙ୍କର ପହଣ୍ଡି ନୀତି ଅନୁଷ୍ଠିତ ହୋଇଥିଲା। ଶ୍ରୀଜିଉମାନେ ଗୋଟି ପହଣ୍ଡ‌ିରେ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିଥିଲେ। ସେହିପରି ଅନ୍ୟପଟେ ଦକ୍ଷିଣମୋଡ଼ ପାଇଁ ପ୍ରଶାସନ ପକ୍ଷରୁ ବାଲି ଆଣି ବଡ଼ଦାଣ୍ଡରେ ରଖାଯାଇଥିଲା। ଏହି ବାଲି ରଥ ମୋଡ଼ କରିବାରେ ସହାୟକ ହୋଇଥାଏ। ସେହିପରି ଶରଧାବାଲିରେ ମଧ୍ୟ ପ୍ରାୟ ୫ ଟ୍ରିପ୍‌ ବାଲି ପକାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe