ଆଜି ବନକଲାଗି : ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

Advertisment
ଆଜି ବନକଲାଗି : ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ :ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ହେବାକୁ ଯାଉଛି। ଦ୍ଵିତୀୟ ଭୋଗମଣ୍ଡପ ପରେ ଅର୍ଥାତ୍‌ ସାଢ଼େ ୨ଟା ପରଠାରୁ ପାଖାପାଖି ସାଢ଼େ ୬ଟା ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏଥିପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ପରେ ପରେ ଆଉ କିଛି ନୀତି ରହିଥିବାରୁ ପାଖାପାଖି ସାଢ଼େ ୪ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ହେବ ନାହିଁ ବୋଲି କୁହାଯାଉଛି।

ଏହି ନୀତିରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହେବ। ବିଭିନ୍ନ ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖକୁ ଦତ୍ତମହାପାତ୍ର ସେବକମାନେ ଶୃଙ୍ଗାର କରିବେ। ନୀତି ସମ୍ପନ୍ନ ହେବା ପରେ ସର୍ବସାଧାରଣ ଦର୍ଶନ ପୂର୍ବବତ୍‌ ଜାରି ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe